ଟ୍ରାକ୍ଟର ଧକ୍କାରେ ଶ୍ରମିକ ମୃତ

ବଲାଙ୍ଗିର: ପୁଇଁନ୍ତଲା ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥର ରଣ୍ଡା ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ଟ୍ରାକ୍ଟର ଜଣେ ଶ୍ରମିକଙ୍କୁ ଧକ୍କା ଦେଇଛି । ଘଟଣାସ୍ଥଳରେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ଦେଖା ଦେବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଦାବି କରି ଲୋକେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଜାତୀୟ ରାଜପଥ-୫୭ରେ ଗାଡି ଚଳାଚଳ ବ୍ୟାହତ ହୋଇଛି । ପୁଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ବୁଝାସୁଝା କରିଥିଲେ ।

prayash

ସୂଚନା ଅନୁଯାୟୀ, ପୁଇଁନ୍ତଲା ବ୍ଲକ କୁରେଭନା ଗ୍ରାମର ନରହରି ପଧାନ । ସେ ବଲାଙ୍ଗିରରେ କାମ ସାରି ସନ୍ଧ୍ୟାରେ ସାଇକଲ ଯୋଗେ ନିଜ ଗାଁକୁ ଫେରୁଥିଲେ । ରଣ୍ଡା ଛକ ନିକଟରେ ସାମ୍ନା ପଟୁ ଆସୁଥିବା ଓଡି୦୩ଏନ୍‌-୦୫୬୧ ନମ୍ବର ବାଲି ବୋଝେଇ ଟ୍ରାକ୍ଟର ନରହରିଙ୍କୁ ଧକ୍କା ଦେବା ସହ ମାଡ଼ିଯାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଟ୍ରାକ୍ଟରଟିର ଲାଇଟ୍‌ ଜଳୁ ନଥିଲା । ବିନା ଆଲୁଅରେ ଟ୍ରାକ୍ଟର ଆସୁଥିବାରୁ ସାମ୍ନାରେ ଥିବା ନରହରି ବି ଟ୍ରାକ୍ଟର ଆସୁଥିବା ନେଇ ଜାଣି ପାରି ନଥିଲେ । ଦୁର୍ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା । ଚାଳକ ଟ୍ରାକ୍ଟର ଛାଡ଼ି ଫେରାର୍‌ ହୋଇଯାଇଥିଲା ।

ଲୋକେ ଟ୍ରାକ୍ଟରକୁ ଘେରିଯାଇଥିଲେ । ସେଠାରେ ଉତ୍ତେଜନା ଦେଖା ଦେଇଥିଲା । କିଛି ସମୟ ପରେ ଖବର ପାଇ ମୃତ ନରହରିଙ୍କ ପରିବାର ଲୋକେ ବି ସେଠାରେ ପହଞ୍ଚିଥିଲେ । ସ୍ଥିତି ଗମ୍ଭୀର ହୋଇଥିଲା । ପରିବାର ଲୋକେ ନରହରିଙ୍କ ମୃତ୍ୟୁ ବାବଦରେ ୧୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଥିଲେ । ରଣ୍ଡା ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଦୁର୍ଘଟଣା ସୂଚନା ପାଇ ପୁଇଁନ୍ତଲା ତହସିଲଦାର ଓ ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଜାରି ରଖିଛନ୍ତି । ରାସ୍ତା ଅବରୋଧ ଯୋଗୁଁ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ବହୁ ସଂଖ୍ୟକ ଯାନବାହାନ ଅଟକି ରହିଥିବା ଦେଖିବାକୁ ମିଳିଥିଲା ।

kalyan agarbati

Comments are closed.