www.samajalive.in
Wednesday, November 12, 2025
17.1 C
Bhubaneswar

ନଦୀରେ ଭାସିଗଲେ ବୃଦ୍ଧ! ସନ୍ଧାନୀ ଜାରି

ଗୁଡଭେଲା: ତୁଷୁରା ଥାନା ଅନ୍ତର୍ଗତ ଗୁଡଭେଲା ଗାଁରେ ଅଭାବନୀୟ ଘଟଣା ଘଟିଛି।  ଜଣେ ବୃଦ୍ଧ ନଦୀରେ ଭାସି ଯାଇଥିବା ସନ୍ଦେହ କରାଯାଉଛି।  ମିଳିଥିବା ସୂଚନା ଅନୁଯାୟୀ ଗୁଡଭେଲାର ରଘୁନାଥ ରଣା ନାମକ ଜଣେ ବ୍ୟକ୍ତି ଶୁକ୍ରବାର ହଳ ଚରାଇବା ପାଇଁ ଯାଇଥିଲେ । ହେଲେ ସନ୍ଧ୍ୟା ସମୟରେ ଘରକୁ ଫେରିନଥିଲେ। ଏହାପରେ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ। ହେଲେ ନିରାଶ ହୋଇଥିଲେ। ଆଜି କିଛି ସ୍ଥାନୀୟ ଲୋକ ରାହୁଲ ନଦୀ ବୃହତ ଉଠା ଜଳସେଚନ ନିକଟରେ ଥିବା ଗାଧୁଆ ତୁଠରେ ରଘୁନାଥଙ୍କର ଛତା ଏବଂ ଗଞ୍ଜି ପଡିଥିବା ଦେଖିବାକୁ ପାଇଥିଲେ। ରଘୁନାଥ ପାଣିରେ ଭାସି ଯାଇଥିବା ସନ୍ଦେହ କରି ଗୁଡଭେଲା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଶୁକ୍ରବାର ରାତି  ୮ଟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ। ହେଲେ ରଘୁନାଥଙ୍କର କୌଣସି ଖୋଜ୍ ଖବର ମିଳିଥିଲା। ଆଜି ସକାଳୁ ପୁଣି ଖୋଜାଖୋଜି ଜାରି ରହିଥିବା ସୂଚନା ମିଳିଛି।

Hot this week

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌମ୍ୟା ସ୍ୱାମୀନାଥନ

ଭୁବନେଶ୍ୱର :  ପ୍ରଖ୍ୟାତ ବୈଜ୍ଞାନିକ ତଥା ଏମ.ଏସ. ସ୍ୱାମୀନାଥନ ଫାଉଣ୍ଡସନର ଅଧ୍ୟକ୍ଷା...

ନଓ୍ବାଦାରେ ମତଦାନ ସମୟରେ ଦୁଇ ଦଳର ସମର୍ଥକ ମୁହାଁମୁହିଁ

ନଓ୍ବାଦା: ବିହାରରେ ମଙ୍ଗଳବାର ଭୋଟିଂ ସମୟରେ ନଓ୍ବାଦା ଜିଲାରେ ବାରିସଲିଗଞ୍ଜ ଅଞ୍ଚଳରେ...

ଏଭଳି ଟଙ୍କାବଣ୍ଟା ନିର୍ବାଚନ ଜୀବନରେ ଦେଖି ନ ଥିଲି: ଶ୍ରୀକାନ୍ତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବିଜେପି...

ଖଟିଆରେ ଆସି ମତଦାନ କଲେ ୧୧୦ ବର୍ଷୀୟା କାଲିୟା ଦେବୀ

କୈମପୁର : କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ଅନୁସନ୍ଧାନ କରିବ ସିବିଆଇ

ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ଅନୁସନ୍ଧାନ...

Related Articles

Popular Categories