www.samajalive.in
Saturday, December 6, 2025
14.1 C
Bhubaneswar

ଗୋଟିଏ ଶ୍ମଶାନରେ ଜଳିଲା ଜୁଇ

ବଲାଙ୍ଗିର : ବନ୍ଧୁତା ଦିବସରେ ସକାଳୁ ବଲାଙ୍ଗିର ସହରର ମାଲପଡ଼ାରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ। ଏକ ସଡ଼କ ଦୁର୍ଘଟଣାରେ ମାଲପଡ଼ାର ୩ଜଣ ଘନିଷ୍ଠ ବନ୍ଧୁ ଆରପାରିକୁ ଚାଲି ଯାଇଛନ୍ତି। ତିନି ଯୁବକଙ୍କ ଅକାଳ ମୃତ୍ୟୁ ସ୍ଥାନୀୟ ଜନସାଧାରଣଙ୍କୁ ସ୍ତବ୍ଧ କରି ଦେଇଛି। ଶ୍ମଶାନରେ ତିନି ବନ୍ଧୁଙ୍କ ଜୁଇ ଏକାଠି ଜଳିବା ବେଳେ ଲୋକମାନେ ଲୁହ ଓ କୋହ ସମ୍ବରଣ କରିପାରିନାହାନ୍ତି।
ମାଲପଡ଼ାର ଅରୁଣ କରଙ୍କ ପୁତ୍ର ଲଳିତ ରଞ୍ଜନ କର(୨୩) ଅନ୍ୟ ଦୁଇ ବନ୍ଧୁ ଅଚ୍ୟୁତ ବଗର୍ତ୍ତି(୨୨) ଓ ରାଜେଶ ବାଗ(୨୩) ଶନିବାରସନ୍ଧ୍ୟାରେ ବାହାରିଥିଲେ। ଲଳିତଙ୍କ ଏଭେଞ୍ଜର ବାଇକରେ ବଲାଙ୍ଗିର-ସୋନପୁର ଜାତୀୟ ରାଜପଥ-୫୭ର କୌଣସି ଢାବାକୁ ଖାଇବାକୁ ଯାଇଥିଲେ। ସେଠାରୁ ସେମାନେ ଖାଇ ସାରି ବିଳମ୍ବିତ ରାତିରେ ଘରକୁ ଫେରିବା ବେଳେ ସୋନପୁର-ବଲାଙ୍ଗିର ଜାତୀୟ ରାଜପଥ-୫୭ର ସାତମାଇଲ ନିକଟରେ ଏକ ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଗାଡ଼ି ଧକ୍କାରେ ୩ ବନ୍ଧୁ ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ି ରହିଥିଲେ। କୌଣସି ସୂତ୍ରରୁ ଖବର ପାଇ ପୁଲିସ ରାତ୍ରି ପ୍ରାୟ୨ଟାରେ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ବଳାଙ୍ଗିର ମେଡ଼ିକାଲ କଲେଜ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେତେବେଳକୁ ସେମାନଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ପୁଲିସ ଏନେଇ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ରବିବାର ସକାଳେ ଏହି ଘଟଣା ପ୍ରଚାର ହେବା ପରେ ଡ଼ାକ୍ତରଖାନାରେ ପ୍ରବଳ ଭିଡ଼ ହୋଇଥିଲା। ମାଲପଡ଼ା ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ୩ ବନ୍ଧୁଙ୍କ ଶବକୁ ଶୋଭାଯାତ୍ରାରେ ଶ୍ମଶାନକୁ ନିଆଯାଇ ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories