www.samajalive.in
Monday, December 15, 2025
17.1 C
Bhubaneswar

କୋଟିଏ ଟଙ୍କା ଠକେଇ ଅଭିଯୋଗରେ ସାଇ ଟ୍ରଷ୍ଟ ମୁଖ୍ୟ ଗିରଫ

ବୋଲଗଡ଼ :ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ କରିବା ଅଭିଯୋଗରେ ସାଇ ଟ୍ରଷ୍ଟ ମୁଖ୍ୟ ଦୀପକ ବରାଡ଼ଙ୍କୁ ଛତିଶଗଡ ପୋଲିସ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ବୋଲଗଡ଼ ବ୍ଲକ ପିଚୁକୁଳି ନିକଟ ବିନୋଦପଡା ଛକ ଠାରେ ସାଇ ଟ୍ରଷ୍ଟ ନାମକ ସଂସ୍ଥା ଖୋଲି ଏଠାରେ କାର୍ଯ୍ୟାଳୟ ଚଳେଇଥିଲା । ନୟାଗଡ ଉପଖଣ୍ଡ ଘଡୁଆଳ ଗାଁର ଦୀପକ କୁମାର ବରାଡ଼ ବୋଲଗଡ଼ ବ୍ଲକ ଚୁଡା ଗ୍ରାମ ନିକଟ ଜାତୀୟ ରାଜପଥ ୫୭ ପାର୍ଶ୍ବରେ ନୂତନ ଘର କରି ରହିବା ସହ ସାଇ ବେବି ଫୁଡ଼, ସାଇ କୁଟୀର ଆଦି ବିଭିନ୍ନ ଯୋଜନା କରି ଲୋକ ମାନଙ୍କୁ ଠକେଇ କରୁଥିଲା ଦୀପକ। ରାଜ୍ୟର ୩୦ଟି ଜିଲା ସହିତ ପଶ୍ଚିମବଙ୍ଗ, ଛତିଶଗଡ, ଝାଡଖଣ୍ଡ ଆଦି ରାଜ୍ୟରେ ନିଜର କାୟା ବିସ୍ତାର କରିଥିଲା। ଏହି ଟ୍ରଷ୍ଟ ଲୋକମାନଙ୍କୁ ପ୍ରଭାବିତ କରିବାପାଇଁ ବଡ଼ ବଡ଼ ସଭାର ଆୟୋଜନ କରି ଲୋକଙ୍କୁ ଭୁଁଆ ବୁଲାଉଥିଲା ଦୀପକ। ଯଦ୍ୱାରା ହଜାର ହଜାର ଶିକ୍ଷିତ ଯୁବକ ଯୁବତୀ ଏହି ଟ୍ରଷ୍ଟ ଅଧୀନ ରେ କାର୍ଯ୍ୟ କରୁଥିଲେ । ତେବେ ରାଜ୍ୟରୁ ଅନେକ ସ୍ଥାନରୁ ଠକେଇ କରି ସାରିବାପରେ ଛତିଶଡ଼ର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଠାରୁ ଏକ କୋଟିରୁ ଉର୍ଦ୍ଧ ଟଙ୍କା ଠକେଇ କରିଥିବା ଛତିଶଗଡ ଥାନାରେ ଅଭିଯୋଗ ହୋଇଥଲା। ଗୁରୁବାର ଅପରାହ୍ନରେ ଛତିଶଗଡ ପୋଲିସ ରାଜସୁନାଖଳା ଫାଣ୍ଡି ପୁଲିସ ସହାୟତାରେ ବିନୋଦପଡା ସାଇଟ୍ରଷ୍ଟ କାର୍ଯ୍ୟାଳୟରୁ ଦୀପକ ବରାଡ଼ଙ୍କୁ ଗିରଫ କରିଛି। ଛତିଶଗଡ଼ ପୋଲିସ ଦୀପକଙ୍କୁ ଅଧିକ ପଚାରା ଉଚରା କରିବା ସହିତ ଅନୁସନ୍ଧାନ ଜାରି ରଖିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories