ସିରିଜ୍ ଦୁର୍ଘଟଣା: ଜଣେ ମୃତ, ୫ ଗୁରୁତର

କଳାପଥର/ବୋଲଗଡ଼: ଖୋର୍ଦ୍ଧା- ବାଘମାରି- ବୋଳଗଡ ବ୍ଲକ ଧଳପଥର ରାସ୍ତାରେ ସିରିଜ୍ ଦୁର୍ଘଟଣା ଘଟିଛି ଏବଂ ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଜି ଏକ କାର ସିରିଜ ଦୁର୍ଘଟଣା ଘଟାଇଥିଲା। ଲଗାତାର ଭାବେ ୪ଟି ବାଇକକୁ  ଧକ୍କା ଦେଇଥିଲା। ଏଥିରେ ଜଣେ ବାଇକ୍ ଆରୋହୀ ମୃତ୍ୟୁ ହୋଇଥିବାବେଳେ ୫ଜଣ ଗୁରୁତର ହୋଇଛନ୍ତି।

ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ଏଭଳି ସିରିଜି ଦୁର୍ଘଟଣା ଘଟିଛି। ଏକ ମାରୁତି କାର ଭାରସାମ୍ୟ ହରାଇ ୪ ଟି ବାଇକକୁ ଧକ୍କା ଦେବା ସହ ଏକ ବିଦ୍ୟୁତ୍ ଖୁଣ୍ଟିକୁ ଧକ୍କା ଦେଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। କାର ଦୁର୍ଘଟଣାରେ ୫ ଗୁରୁତରଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟାଇ କାର ଡ଼୍ରାଇଭର ଫେରାର ହୋଇଯାଇଛି। ଅପରପକ୍ଷରେ ମୃତକଙ୍କ ପରିଚୟ ମିଳିଛି। ମୃତକ ଜଣକ ହେଉଛନ୍ତି ବାଙ୍କୀ ଥାନା ଅନ୍ତର୍ଗତ ପଥୁରିପଡ଼ା ଗ୍ରାମର ସରୋଜ କୁମାର ସାହୁ ବୋଲି ଜଣାପଡ଼ିଛି।

Comments are closed.