ପବିତ୍ର ସୁବର୍ଣ୍ଣରେଖାର ନଦୀର ତଟଦେଶରେ ହେବ ବିଶାଳ ବୋଇତ ବନ୍ଦାଣ ଉତ୍ସବ
ଅମର୍ଦ୍ଦାରୋଡ଼: ଆମ ଉତ୍କଳୀୟ ନୌବାଣିଜ୍ୟରେ ସ୍ମୃତି ବହନ କରି କାର୍ତ୍ତିକ ପୂର୍ଣ୍ଣିମା ତଥା ପଞ୍ଚୁକର ଉଦଯାପନ ଦିନ ବିଗତ ବର୍ଷ ଭଳି ଏବର୍ଷ ମଧ୍ୟ ଉତ୍ତର ବାଲେଶ୍ବରରେ ପବିତ୍ର ସୁବର୍ଣ୍ଣରେଖାର ନଦୀର ତଟଦେଶରେ ଥିବା ବେଣାପୁରା ରାଜଘାଟର ବାରୁଣି ପଡ଼ିଆ ନିକଟରେ ଆସନ୍ତା ଶୁକ୍ରବାର ପ୍ରାତଃ କାଳରେ ବିଶାଳ ବୋଇତ ବନ୍ଦାଣ ଉତ୍ସବ ଓ ସୂର୍ଯ୍ୟବନ୍ଦନ, ଆରତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ସଂସ୍କୃତି ସମ୍ପନ୍ନ ପରମ୍ପରାକୁ ଏ ମାଟିର ସମସ୍ତ ମଣିଷଙ୍କ ମାନସପଟ୍ଟରେ ପୁନଃ ଜାଗ୍ରତ କରାଇବା ଉଦ୍ଦେଶ୍ୟରେ ଗଠନ ହୋଇଥିବା ଏକ ସାମାଜିକ ମଙ୍ଗଳକାରୀ, ବିକାଶନ୍ମୁଖୀ ଓ ସଂସ୍କୃତିଧର୍ମୀ ଅନୁଷ୍ଠାନ ‘ପ୍ରଣାମ ଭାରତ’ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ରବିବାର ବସ୍ତା ଥାନା ବେଣାପୁରା ପଡ଼ିଆସ୍ଥିତ ପାର୍ବତୀ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ସଭାପତି ତ୍ରିଭୁବନ ଦାସ ମତ ପ୍ରକାଶ କରିଥିଲେ।
ସଂଗଠନର ମୁଖ୍ୟ ସଂଯୋଜକ ପରମାନନ୍ଦ ମହାପାତ୍ର ଯୋଗ ଦେଇ ୨୦୨୩ ମସିହାରେ ଉତ୍ତର ବାଲେଶ୍ବରରେ କେତେଜଣ ଅବସରପ୍ରାପ୍ତ ଶିକ୍ଷାବିତ୍, ଯନ୍ତ୍ରୀ, ଡ଼ାକ୍ତର,ସାମାଜିକ ସେବାକର୍ମୀ, ଉଦୀୟମାନ ଉଦ୍ୟୋଗପତି ଏବଂ ଯୁବକମାନଙ୍କୁ ନେଇ ଗଠିତ ହୋଇଥିବା ଏହି ଅନୁଷ୍ଠାନଟି ବିଗତ ଏକ ବର୍ଷ ମଧ୍ୟରେ ଆମ ସାମାଜିକ ପରମ୍ପରା, ଐତିହ୍ୟ ଏବଂ ସାଂସ୍କୃତିକ ଅବକ୍ଷୟକୁ ରୋକାଯାଇ ଏକ ବିକଶିତ ବାଲେଶ୍ବର ଗଠନ ପାଇଁ ଏହି ସଂଗଠନ ଚେଷ୍ଟା ଚଳାଇ ଆସିଥିବା ସହ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସ୍ବଚ୍ଛ ଅଭିଯାନ, ସଚେତନତା, ବୃକ୍ଷରୋପଣ ଏବଂ ମାନସିକ ଜାଗରୂକତା ସୃଷ୍ଟି ପାଇଁ ଉତ୍ତର ବାଲେଶ୍ବରରେ ବହୁବିଧ କାର୍ଯ୍ୟ କରି ଆସୁଥିବା କହିଥିଲେ।ମା ଓ ମାଟିକୁ ସମ୍ମାନ ଦେବା ସହିତ ଆମର ଲୁପ୍ତପ୍ରାୟ ସାଂସ୍କୃତିକ ପରମ୍ପରାକୁ ପୁନଃ ଜୀବନ୍ୟାସ ଦେବା ପାଇଁ ସଂଗଠନ ତାର ପ୍ରୟାସ ଜାରି ରଖିଥିବା ମୁଖ୍ୟ ଉପଦେଷ୍ଟା ପର୍ଶୁରାମ ପରିଡ଼ା ନିଜର ବକ୍ତବ୍ଯରେ କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ଯକ୍ଷ ନୃସିଂହ ପ୍ରସାଦ ଦାସ ମହାପାତ୍ର,ଉପ ସଭାପତି ଅଜିତ୍ କୁମାର ଦତ୍ତ,ସଂପାଦିକା ଯୋଗସ୍ମିତା ମହାପାତ୍ର,ଯୁଗ୍ମ ସଂପାଦକ ବିଜୟ କୁମାର ମହାନ୍ତି,କୋଷାଧ୍ଯକ୍ଷ ନୃସିଂହ ପ୍ରସାଦ ଦାସ ମହାପାତ୍ର, ଉପଦେଷ୍ଟା ପରମାନନ୍ଦ ମହାପାତ୍ର, ଗ୍ରାମ୍ୟ କମିଟି ସଭାପତି ନରେଶ ଚନ୍ଦ୍ର ମହାନ୍ତି, ଉପଦେଷ୍ଟା ଅଶ୍ବିନୀ କୁମାର ପଣ୍ଡା ଓ ପ୍ରତାପ ଗିରି ପ୍ରମୁଖ ଉପସ୍ଥିତ ଥିଲେ।
ସଂଗଠନର ସହ ସଂଯୋଜକ ସଂଗ୍ରାମ କେଶରୀ ପରିଡ଼ା ଅତିଥି ପରିଚୟ ପ୍ରଦାନ ଏବଂ ମଞ୍ଚ ପରିଚାଳନା କରିଥିଲେ।ତେବେ ଉକ ରାସପୂର୍ଣ୍ଣିମା ଦିନ ବସ୍ତା, ଜଳେଶ୍ବର, ଭୋଗରାଇ ବାଲିଆପାଳ ଓ ବାଲେଶ୍ବର ସଦର ବ୍ଲକ୍ ସହିତ ପୋଡ଼ଶୀ ମୟୁରଭଂଜ ଜିଲା ରାସଗୋବିନ୍ଦପୁର ଓ ମୋରଡ଼ା ବ୍ଲକ୍ ଅଞ୍ଚଳରୁ ସହସ୍ରାଧିକ କାର୍ତ୍ତିକ ବ୍ରତଧାରୀ ମା ଓ ମାଉସୀ ସେଦିନ ଉପସ୍ଥିତ ହୋଇ ବୋଇତ ବନ୍ଦାଣ ଓ ସୂର୍ଯ୍ୟପୂଜନରେ ଅଂଶଗ୍ରହଣ କରିବା ସହ ରାଇ ଦାମୋଦରଙ୍କ ଉଦ୍ଦେଶ୍ୟରେ ପାଳନ କରିଥିବା ମାସାଧିକ କାଳର ସମାପନ କରିବେ ଏବଂ ପ୍ରାତଃକାଳରେ ଏହି ପାରମ୍ପରିକ ଉତ୍ସବକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉଦ୍ଘାଟନ କରିବା ସହ ଏକ ଅବ୍ୟର୍ଥନା ସଭାରେ ପୂର୍ବ ବର୍ଷ ଭଳି ଏହି ଅଞ୍ଚଳର ବିକଶିତ ପ୍ରତିଭା ମାନଙ୍କୁ ସମ୍ମାନିତ କରିବା ପାଇଁ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥିବା ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.