www.samajalive.in
Monday, December 8, 2025
14.1 C
Bhubaneswar

ଜାନୁଆରୀ ୩ରୁ ଖୋଲିବ ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ, ଏସଓପି ଜାରି କଲା ବିଏମସି

ଭୁବନେଶ୍ଵର : କୋଭିଡ ଗାଇଡ଼ଲାଇନ ଅନୁଯାୟୀ ଜାନୁଆରି ୩ରୁ ରାଜଧାନୀ ଭୁବନେଶ୍ଵରରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ। ଧର୍ମାନୁଷ୍ଠାନ ଖୋଲିବା ନେଇ ଶୁକ୍ରବାର ଭୁବନେଶ୍ଵର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର (ଏସଓପି) ଜାରି କରାଯାଇଛି।

ସୂଚନାଅନୁସାରେ ଆଜି ବିଏମସି ପକ୍ଷରୁ ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ ମୁଖ୍ୟଙ୍କ ସହ ଆଲୋଚନା ପରେ ଜାନୁଆରୀ ୩ ରୁ କୋଭିଡ ଗାଇଡଲାଇନ ଅନୁଯାୟୀ ଧର୍ମାନୁଷ୍ଠାନ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବିଏମସିର ଏସଓପିରେ ସାମାଜିକ ଦୂରତା ରକ୍ଷା କରିବା ଓ ମାସ୍କ ପିନ୍ଧିବା ଦିଗରେ ଗୁରୁତ୍ଵ ଦିଆଯାଇଛି। ମାସ୍କ ପିନ୍ଧି ଓ ସାମାଜିକ ଦୂରତା ରଖି ଭକ୍ତ ଧର୍ମାନୁଷ୍ଠାନକୁ ଯାଇପାରିବେ, ଧର୍ମାନୁଷ୍ଠାନ ପକ୍ଷରୁ ସାନିଟାଇଜର ରଖାଯିବାର ବ୍ୟବସ୍ଥା କରାଯିବ ଏବଂ ଧର୍ମାନୁଷ୍ଠାନ ବାହାରେ କିମ୍ବା ଭିତରେ ପାନ, ଗୁଟଖା ବ୍ୟବହାର ମନା କରାଯାଇଛି। ମନ୍ଦିର ଭିତରକୁ କେତେ ଭକ୍ତ ବେଶ କରିବେ ସେ ନେଇ ମନ୍ଦିର କର୍ତ୍ତୃପକ୍ଷ ଭୁବନେଶ୍ବର ମହାନଗର ନିଗମକୁ ଜଣାଇବେ ।

- Advertisement -

ଡିସେମ୍ବର ୨୭ ତାରିଖରେ ଲିଙ୍ଗରାଜ ମନ୍ଦିର ଖୋଲିବାକୁ ଅନୁମତି ଦେଇଛି ବିଏମସି । ଏହାସହ ବଡ଼ଦିନ ଉପଲକ୍ଷେ ଚର୍ଚ୍ଚ ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଇଛି । ତେବେ ଏଥିପାଇଁ ଚର୍ଚ୍ଚଗୁଡ଼ିକୁ ସ୍ବତନ୍ତ୍ର ଅନୁମତି ନେବାକୁ ହେବ । ଏହାପୂର୍ବରୁ ବିଏମସି ପକ୍ଷରୁ ଜାରି ହୋଇଥିବା ଏସଓପିରେ କୋଭିଡ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories