www.samajalive.in
Saturday, December 6, 2025
23.1 C
Bhubaneswar

ବିଏମ୍‌ସି ଅତିରିକ୍ତ ଆୟୁକ୍ତଙ୍କୁ ମାଡ଼ ଘଟଣା: ଅଦାଲତରେ ଦାଖଲ ହେଲା କେସ୍‌ ଡାଏରୀ

ଭୁବନେଶ୍ବର: ବିଏମ୍‌ସି ଅତିରିକ୍ତ ଆୟୁକ୍ତ ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ ତଦନ୍ତ ଆଗକୁ ବଢ଼ାଇଛି କମିସନରେଟ ପୁଲିସ। ଶୁଣାଣିର ଦୁଇ ଦିନ ପୂର୍ବରୁ ଅଦାଲତରେ ପୁଲିସ ଦାଖଲ କରିଛି କେସ୍‌ ଡାଏରୀ। ଏଥିସହ ସାକ୍ଷୀଙ୍କ ବୟାନ, ଶ୍ରୀ ସାହୁଙ୍କ ଆଘାତ ରିପୋର୍ଟ, ସିସିଟିଭି, ଡିଜିଟାଲ ପ୍ରମାଣପତ୍ର ସହ ଅନ୍ୟାନ୍ୟ ନଥିପତ୍ର ଅଦାଲତରେ ଖାରବେଳନଗର ଥାନା ପୁଲିସ ଦାଖଲ କରିଛି। ବିଏମ୍‌ସି ଅତିରିକ୍ତ ଆୟୁକ୍ତଙ୍କୁ ମାଡ଼ ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସମେତ ୬ଜଣଙ୍କୁ ଗିରଫ କରିଛି ପୁଲିସ। ଘଟଣାର ୩ଦିନ ପରେ ଜଗନ୍ନାଥ ଆତ୍ମ ସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ଜାମିନ ଖାରଜ ହେବାରୁ ତାଙ୍କୁ ଝାରପଡ଼ା କାରାଗାର ପଠାଇ ଦିଆଯାଇଛି। ଖୋର୍ଦ୍ଧା ଜିଲା ଦୌରାଜଜ୍‌ ଅଦାଲତରେ ଜଗନ୍ନାଥଙ୍କ ସମେତ ଗିରଫ ସମସ୍ତ ଅଭିଯୁକ୍ତଙ୍କ ଜାମିନ ଲାଗି ଆବେଦନ କରାଯାଇଛି। ଆସନ୍ତା ୯ରେ ଶୁଣାଣି ହେବ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ଅଦାଲତରେ ଖାରବେଳନଗର ଥାନା ପୁଲିସ ପକ୍ଷରୁ କେସ୍‌ ଡାଏରୀ ସହ ଅନ୍ୟାନ୍ୟ ପ୍ରମାଣପତ୍ର ଦାଖଲ କରାଯାଇଛି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories