www.samajalive.in
Monday, December 8, 2025
24.1 C
Bhubaneswar

ବ୍ଲଡ୍ ଗ୍ରୁପରୁ ଜାଣି ହେବ ବ୍ୟକ୍ତିତ୍ଵ

ବ୍ଲଡ୍ ଗ୍ରୁପ୍ ରୁ ବ୍ୟକ୍ତିର ସ୍ବଭାବ ଓ ବ୍ୟକ୍ତିତ୍ଵ ବିଷୟରେ ଜାଣିହେବ । ପସନ୍ଦ, ନାପସନ୍ଦ, କାମ ଓ ଜୀବନ ସହ ଜଡିତ ସମସ୍ତ ତଥ୍ୟ ମଧ୍ୟ ବ୍ଲଡ୍ ଗ୍ରୁପ୍ ରୁ ଜଣାପଡିବ । କେବଳ ଏତିକି ନୁହେଁ, ଜାପାନରେ ପୁଅ ଓ ଝିଅର ବ୍ଲଡ୍ ଗ୍ରୁପ୍ ମାଧ୍ୟମରେ ଜୀବନ ସାଥୀ ଠିକ୍ କରାଯାଏ । ତେବେ ଆସନ୍ତୁ ଜାଣିବା ବ୍ଲଡ୍ ଗ୍ରୁପ୍ ରୁ କିଭଳି ଜାଣିବା ବ୍ୟକ୍ତିତ୍ବ ବିଷୟରେ……

ଏ ବ୍ଲଡ ଗ୍ରୁପ୍: ଏହି ବ୍ଲଡ ଗ୍ରୁପର ଲୋକମାନେ ଜୀବନରେ ସଫଳତା ହାସଲ କରିଥାନ୍ତି ଏବଂ ଅନ୍ୟ ପାଇଁ ଆଦର୍ଶ ହୋଇ ଥାଆନ୍ତି । ଏହି ବ୍ଲଡ୍ ଗ୍ରୁପ୍ ଲୋକେ ସମସ୍ତଙ୍କୁ ସାଥିରେ ନେଇ ଚାଲିବାକୁ ଚେଷ୍ଟା କରନ୍ତି । ଏମାନଙ୍କର ସ୍ବଭାବ କୋମଳ ହେବା ସହ ଏମାନେ ସମ୍ବେଦନଶୀଳ, ଦାୟିତ୍ଵବାନ ଏବଂ ସଚ୍ଚା ମିତ୍ର ହୋଇ ଥାଆନ୍ତି । ଏହି ବ୍ଲଡ ଗ୍ରୁପ୍ ଲୋକଙ୍କ ବିଶେଷତ୍ଵ ହେଲା ଏମାନେ ନିଜଠୁଁ ଅଧିକ ଅନ୍ୟମାନଙ୍କ ପାଇଁ ଚିନ୍ତା କରନ୍ତି। ଏହି କାରଣରୁ ସେମାନେ ଦୁଶ୍ଚିନ୍ତା ମଧ୍ୟରେ ରହିଥାନ୍ତି ।

- Advertisement -

ବି ବ୍ଳଡ ଗ୍ରୁପ୍: ଏହି ବ୍ଲଡ ଗ୍ରୁପର ଲୋକମାନେ ବହୁତ ଶୀଘ୍ର ଅନ୍ୟମାନଙ୍କ ସହ ମିଶି ଯାଆନ୍ତି । କିନ୍ତୁ ଏମାନେ ଟିକେ ସ୍ବାର୍ଥୀ ଅଟନ୍ତି । କାରଣ ଅନ୍ୟ ଲୋକଙ୍କୁ ସାହାର୍ଯ୍ୟ କରିବାରେ ଅଧିକ ବିଶ୍ବାସ କରନ୍ତି ନାହିଁ । ଏହି ଗ୍ରୁପର ବ୍ୟକ୍ତି ବିଶେଷ ଅଧିକ ପରିଶ୍ରମ କରନ୍ତି । କାରଣ ନିଜ ପରିଶ୍ରମ ବଳରେ ଦୁନିଆର ସବୁ କିଛି ହାସଲ କରିବାକୁ ଚାହାଁନ୍ତି । ଏହା ସହ ଏମାନେ ଅଧିକ ଜିଦିଆ ହୋଇଥାନ୍ତି । ସହଜରେ କୌଣସି କଥାକୁ ମାନି ନ ଥାନ୍ତି ।

ଏବି ବ୍ଲଡ ଗ୍ରୁପ୍: ଏହି ବ୍ଲଡ ଗ୍ରୁପର ଲୋକମାନେ ସାଧାରଣତଃ ଶାନ୍ତ ସ୍ବାଭାବର ହୋଇଥାନ୍ତି । ଏମାନେ ବହୁତ ଚାଲକ ଚତୁର ହୋଇଥାନ୍ତି । ଏହି ବ୍ଲଡ ଗ୍ରୁପର ଲୋକମାନେ ସହଜରେ କାହା ଉପରେ ଭରସା କରନ୍ତି ନାହିଁ । ଏମାନେ ସଚ୍ଚା ହୃଦୟରେ ଉତ୍ତମ ମିତ୍ରତା କରିଥାନ୍ତି । ଏମାନଙ୍କ ମନ ସଫା ହୋଇଥାଏ । ଏମାନଙ୍କର ମନରେ ଯାହା ଥାଏ ଉପରେ ମଧ୍ୟ ସେପରି ବ୍ୟବହାର କରନ୍ତି ।

ଓ ବ୍ଲଡ ଗ୍ରୁପ୍: ଏହି ଗ୍ରୁପ ଲୋକମାନେ ସକରାତ୍ମକ ଓ ଆତ୍ମବିଶ୍ବସୀ ହୋଇଥାନ୍ତି । ନେତୃତ୍ଵ ନେବା ଭଳି ଗୁଣ ଏମାନଙ୍କ ମଧ୍ୟରେ ଅଧିକ ଥାଏ । ଏମାନେ ବହୁତ ପରିଶ୍ରମି ଅଟନ୍ତି ଏବଂ ସଫଳତା ହାସଲ କରିବାର ଇଚ୍ଛା ଏମାନଙ୍କ ମନରେ ଥାଏ । ଏମାନେ ଅନ୍ୟକୁ ଖୁସିରେ ରଖିଥାନ୍ତି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories