www.samajalive.in
Monday, December 15, 2025
26.1 C
Bhubaneswar

ଚାକିରି ବାହାନାରେ ଡାକିଲେ; ପ୍ରତି ମାସ ରକ୍ତ ଶୋଷିଲେ

ନୂଆଦିଲ୍ଲୀ: ଚୀନର ଜଣେ ୩୧ ବର୍ଷୀୟ ବ୍ୟକ୍ତି ଚାକିରି ନାଁରେ ଠକାମୀର ଶିକାର ହୋଇଛନ୍ତି। ଏହାପରେ ତାଙ୍କ ସହ ଯାହା ଘଟିଛି ଶୁଣିଲେ ଲୋମ ଟାଙ୍କୁରି ଉଠିବ। ଚାକିରୀ ବାହାନାରେ ତାଙ୍କୁ ଅପହରଣ କରି ଅପହରଣକାରୀ ଗତ ୬ ମାସ ଧରି ବ୍ୟକ୍ତିଙ୍କ ରକ୍ତ ବାହାର କରି ନେଇଯାଉଥିଲେ। ଫଳରେ ବ୍ୟକ୍ତିଙ୍କର ଏକାଧିକ ଅଙ୍ଗ ଅକାମୀ ହୋଇଯାଇଥିଲା। ଏହାଦ୍ବାରା ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଥିଲା। ଏହି ବ୍ୟକ୍ତିଙ୍କ ନାଁ ହେଉଛି ‘ଲୀ’। କୁହାଯାଉଛି ଯେ, ବ୍ୟକ୍ତିଗତ ଗ୍ରାହକଙ୍କୁ ଲୀଙ୍କ ରକ୍ତ ଅନଲାଇନରେ ବିକ୍ରି କରାଯାଉଥିଲା। ଗତ ବର୍ଷ ଜୁନ୍‌ ମାସରେ ମାନବ ଚାଲାଣ ଦ୍ବାରା କାମ୍ବୋଡ଼ିଆ ଅଣାଯାଇଥିଲା।

ସୂଚନା ଅନୁସାରେ, ଲୀ ଚୀନର ଗୁଆଙ୍ଗ୍‌ଜୀ ଅଞ୍ଚଳରେ ଚାକିରିର ଏକ ବିଜ୍ଞାପନ ଦେଖିଥିଲେ। ଲୀଙ୍କୁ ନାଇଟ୍‌ କ୍ଲବରେ ବାଉନ୍ସର ଚାକିରୀ ମିଳିବ ବୋଲି କୁହାଯାଇଥିଲା। ପ୍ରଥମେ ଯେଉଁ ଗ୍ୟାଙ୍ଗ୍‌ ତାଙ୍କୁ ଚୀନରୁ କାମ୍ବୋଡ଼ିଆ ଆଣିଥିଲେ, ସେମାନେ ତାଙ୍କୁ ଆଉ ଏକ ଗ୍ୟାଙ୍ଗକୁ ୧୩ ଲକ୍ଷ ଟଙ୍କା ବିନିମୟରେ ବିକ୍ରି କରି ଦେଇଥିଲେ। ପରେ ଏହି ଗ୍ୟାଙ୍ଗ୍‌ ଲୀଙ୍କୁ ଅପହରଣ କରି ପ୍ରାୟ ୬ ମାସ ପର୍ଯ୍ୟନ୍ତ ବନ୍ଦୀ କରି ରଖିଥିଲେ। ପ୍ରତି ମାସ ତାଙ୍କର ପ୍ରାୟ ୭୯୮ ମିଲି. ରକ୍ତ ବାହାର କରାଯାଉଥିଲା। ରିପୋର୍ଟ ଅନୁସାରେ, ସାଧାରଣତଃ ଜଣେ ବ୍ୟକ୍ତିଙ୍କଠାରୁ ରକ୍ତ ଦାନ ସମୟରେ ୪୭୩ରୁ ୩୨୫ ମିଲି. ମଧ୍ୟରେ ରକ୍ତ ଟଣା ଯାଇଥାଏ। ଆମେରିକୀୟ ରେଡକ୍ରସ୍ ସୋସାଇଟିର କହିବାନୁଯାୟୀ, ଲୋକମାନେ ଲଗାତର ଭାବରେ ରକ୍ତ ଦେବା ଉଚିତ୍ ନୁହେଁ, ପ୍ରତି ୫୬ ଦିନ ପରେ ହିଁ ସେମାନଙ୍କୁ ରକ୍ତ ଦେବା ଉଚିତ୍। କିନ୍ତୁ ଅପହରଣକାରୀମାନେ ଲୀଙ୍କଠାରୁ ଲଗାତର ଭାବେ ରକ୍ତ ଟାଣୁଥିଲେ।

- Advertisement -

ମିଳିଥିବା ସୂଚନା ମୁତାବକ, ଚଳିତ ମାସ ଲୀ ଗ୍ୟାଙ୍ଗ୍‌ କବଳରୁ ଖସି ଆସିଥିଲେ। ତାଙ୍କର ଅନେକ ଅଙ୍ଗ ଏବେ ଅକାମୀ ହୋଇଯାଇଛି। ତାଙ୍କ ହାତରେ ଅନେକ ଛୁଞ୍ଚି ଦାଗ ରହିଛି। ଫେବୃୟାରୀ ୧୨ ତାରିଖରୁ ଲୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।

 

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories