www.samajalive.in
Saturday, December 6, 2025
14.1 C
Bhubaneswar

ସୋମବାର ବିଶେଷ ; ଦାନ କରନ୍ତୁ ଏହି ଜିନିଷ

ଭଗବାନ ମହାଦେବଙ୍କୁ ବିଶେଷ କରି ସୋମବାର ସମର୍ପିତ। ଏହିଦିନ ବ୍ରତ-ଉପବାସ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ମାନ୍ୟତା ରହିଛି। ସୋମବାର ଦିନ କିଛି ସରଳ ଉପାୟ କରିବା ଦ୍ୱାରା ଭଗବାନ ଭୋଳ।ନାଥ ଖୁବ ପ୍ରସନ୍ନ ହୋଇଥାଆନ୍ତି। ତେବେ ଜାଣନ୍ତୁ….
ସୋମବାର ଦିନ ଚନ୍ଦ୍ରଗ୍ରହଙ୍କ ସହ ଜଡିତ ଉପାୟ ପ୍ରତି ଧ୍ୟାନ ଦିଅନ୍ତୁ। ଚନ୍ଦ୍ରଦେବଙ୍କ ସହ ଧଳାରଙ୍ଗର ଜିନିଷ ଅଧିକ ଜଡିତ। ଏହା ଆମ ମନ ଓ ଶରୀର ଉପରେ ମଧ୍ୟ ପ୍ରଭାବ ପକାଇଥାଏ ବୋଲି କୁହାଯାଏ।
ସୋମବାର ଧଳାରଙ୍ଗର ଖାଦ୍ୟପେୟର ଅଧିକ ସେବନ କରିବା ଉଚିତ।
ଏହିଦିନ ଭଗବାନଙ୍କ ଶିବଙ୍କ ଜଳାଭିଷେକ କରନ୍ତୁ। ରାଶି ମିଶାଇ ୧୧ଟି ବେଲପତ୍ର ପ୍ରଭୁଙ୍କୁ ଅର୍ପଣ କରନ୍ତୁ।
ଶିବଲିଙ୍ଗରେ ମିଶ୍ରି ଅର୍ପଣ କରନ୍ତୁ। ଏହାପରେ ପୁଣି ଜଳ ଅର୍ପଣ କରନ୍ତୁ।
ସୋମବାର ଧଳା ଗାଈଙ୍କୁ ରୁଟି ଓ ଗୁଡ ଖୁଆଇବା ଦ୍ୱାରା ସମସ୍ତ କଷ୍ଟ ଦୂର ହୋଇଥାଏ।
ସୋମବାର କ୍ଷୀର,ଦହି,ଧଳା ବସ୍ତ୍ର, ଚିନି ଆଦି ଦାନ କରିବା ଖୁବ ଶୁଭ।
ଏହିଦିନ କ୍ଷୀରି ଭୋଗ କରି ଅସହାୟଙ୍କୁ ବାଣ୍ଟନ୍ତୁ।
ଏହିଦିନ ଅଟାର ଛୋଟ ଛୋଟ ଗୁଳା କରି ମାଛ ମାନଙ୍କୁ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ଧନସମ୍ପତ୍ତି,ବୈଭବ,ମାନସମ୍ମାନ ବୃଦ୍ଧି ହୋଇଥାଏ।
ସୋମବାର ଓଁ ନମଃ ଶିବାୟ ଜପ କରନ୍ତୁ।
ସୋମବାର କଳାରାଶି ଓ ଚାଉଳ ଦାନ କରନ୍ତୁ। ଏହାଦ୍ୱାରା ପିତୃଦୋଷ ଦୂର ହୋଇଥାଏ।
ସୋମବାର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ। ଏହିଦିନ ଚିନି ମିଶ୍ରିତ ଦହିରେ ଶିବଲିଙ୍ଗ ଅଭିଷେକ କରିବା ଦ୍ୱାରା ଖୁବ ଶୁଭଫଳ ମିଳିଥାଏ।
ସୋମବାର ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ।
ସୋମବାର ଚନ୍ଦନ ତିଳକ ଲଗାନ୍ତୁ। ମାନସିକ ଶାନ୍ତି ମିଳିଥାଏ।
ଏହିଦିନ ନିଜ ଇଷ୍ଟ ଦେବତାଙ୍କ ପୂଜା ନିଶ୍ଚୟ କରନ୍ତୁ।
ଏହିଦିନ ଗାଈଙ୍କୁ ଘାସ ଖାଇବାକୁ ଦିଅନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories