www.samajalive.in
Saturday, December 13, 2025
18.1 C
Bhubaneswar

ଓଡ଼ିଶା ମୋ ପରିବାରର ‘ଜୀବନବିନ୍ଦୁ ’ କାର୍ଯ୍ୟକ୍ରମ, ପ୍ରଥମ ଥର ପାଇଁ ରକ୍ତଦାନ କଲେ ୫୦ ମହିଳା ରକ୍ତଦାତା

ଭୁବନେଶ୍ବର: କରୋନା ମହାମାରୀ ସମୟରେ ବିଭିନ୍ନ ମେଡ଼ିକାଲରେ ରକ୍ତର ଘୋର ଅଭାବ ଦେଖା ଦେଉଛି। ଏହି ଅଭାବକୁ କିଛି ମାତ୍ରାରେ କମାଇବାକୁ ଓଡ଼ିଶା ମୋ ପରିବାରର ‘ଜୀବନବିନ୍ଦୁ ’ ତତ୍ତ୍ବାଵାବଧାନରେ ଜୟ ଓଡ଼ିଶା ଆଜି ଏକ ରକ୍ତଦାନ ଶିବିର ଆୟୋଜିତ କରିଥିଲା। ଏହି ଅବସରରେ ରାଜ୍ୟରେ ପ୍ରଥମ ଥର ପାଇଁ ୫୦ଜଣ ମହିଳା ରକ୍ତଦାତା ରକ୍ତଦାନ କରିଥିଲେ। କାର୍ୟ୍ୟକ୍ରମରେ ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ, ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ବିଧାୟକ ସୁଶାନ୍ତ ରାଉତ, ଜୟ ଓଡ଼ିଶାର ସଭାପତି ରୁଦ୍ର ସାମନ୍ତରାୟଙ୍କ ସମେତ ପୂର୍ବତନ କର୍ପୋରେଟର, ଜୟ ଓଡ଼ିଶାର ସ୍ବେଚ୍ଛାସେବୀ, ଜୀବନ ବିନ୍ଦୁର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ରୋଗୀଙ୍କୁ ଯଥାସମୟରେ ରକ୍ତ ଯୋଗାଉଥିବା କ୍ୟାପିଟାଲ ହସ୍ପିଟାଲର ‘ବ୍ଲଡ଼ ବ୍ୟାଙ୍କ’ ବିଭାଗକୁ ସମ୍ମାନିତ କରାଯାଇଥିଲା। ଜୟ ଓଡ଼ିଶା ପ୍ରତିଷ୍ଠାତା ରୁଦ୍ର ସାମନ୍ତରାୟ କହିଛନ୍ତି ଆଜି ଏହି ରକ୍ତଦାନ ଶିବିରଟି ସମ୍ପୂର୍ଣ୍ଣ ରୂପେ ମହିଳା ରକ୍ତଦାତାଙ୍କ ପାଇଁ ଆୟୋଜିତ କରି ଆମେ ପ୍ରତି ଟି ନାରୀଙ୍କୁ ଆଗାମୀ ଦିନରେ ରକ୍ତ ଦାନ କରିବାକୁ ଆହ୍ବାନ ଦେଉଛୁ। ଆଜିର ନାରୀ କୌଣସି ଗୁଣରେ ପୁରୁଷଙ୍କ ଠାରୁ କମ୍ ନୁହେଁ ଏବଂ ଆବଶ୍ୟକ ପଡିଲେ କାହାର ଜୀବନ ବି ବଞ୍ଚାଇ ପାରିବେ।

Hot this week

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

Related Articles

Popular Categories