www.samajalive.in
Friday, December 12, 2025
15.1 C
Bhubaneswar

ସ୍ୱନାମଧନ୍ୟ ଡା. ଚିତ୍ତରଞ୍ଜନ କରଙ୍କ ବିୟୋଗରେ ଶୋକସଭା 

ସମ୍ବଲପୁର : ବିଶିଷ୍ଟ କିଡନୀ ରୋଗ ବିଶେଷଜ୍ଞ ପ୍ର. ଡା. ଚିତ୍ତରଞ୍ଜନ କର ଙ୍କ ପରଲୋକରେ ଏକ ଶୋକସଭା ସ୍ଥାନୀୟ ଓଡିଶା ସାଂସ୍କୃତିକ ସମାଜର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି। ନାଗରିକ ମାନଙ୍କର ତରଫରୁ ଆୟୋଜିତ ଏହି ଶୋକସଭାରେ ଡା. ରାସେଶ୍ୱରୀ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ। ଶୋକସଭାରେ ଡା. କବିର ଦାସ ପୁରୋହିତ, ରଜନୀକାନ୍ତ ନାଗ, ସୁଧିର ପୂଜାରୀ, ଡା. ବିମଳ ପଣ୍ଡା, ଡା. ସୁନୀଲ ଶର୍ମା, ଅଶୋକ ପ୍ରଧାନ, ଶିବ ନାରାୟଣ ପାଣିଗ୍ରାହୀ, କଳ୍ପନା ମିଶ୍ର, ସ୍ୱରୂପ ବାବୁ, ଗୋବିନ୍ଦ ପ୍ରସାଦ ଅଗ୍ରୱାଲ, ଡା. ବିକାଶ ରଞ୍ଜନ ହୋତା, ଡା. ମହେନ୍ଦ୍ର ନନ୍ଦ, ବରିଷ୍ଠ ସାମ୍ବାଦିକ ଶିବ ଶଙ୍କର ନନ୍ଦ ପ୍ରମୁଖ ସ୍ୱର୍ଗତ ଡା. କରଙ୍କ ସ୍ମୃତିଚାରଣ କରି ନିଜସ୍ୱ ବକ୍ତବ୍ୟ ରଖିଥିଲେ। ଡା. କର ଜଣେ ସଫଳ ଡାକ୍ତର, ଶିକ୍ଷକ, ସଙ୍ଗଠକ ଓ ସ୍ନେହୀ ମଣିଷ ଭାବରେ ପଶ୍ଚିମ ଓଡିଶାର ଗ୍ରାମାଞ୍ଚଳରୁ ନେଇ ସହରାଞ୍ଚଳରେ ସର୍ବତ୍ର ପରିଚିତ ଥିଲେ। ତାଙ୍କର ଅକାଳ ବିୟୋଗ ପଶ୍ଚିମ ଓଡିଶାବାସୀଙ୍କୁ ସ୍ତବ୍ଧ କରିବା ସହିତ ଶୋକାକୁଳ କରିଛି।

ବିଶିଷ୍ଟ କିଡନୀ ରୋଗ ବିଶେଷଜ୍ଞ ଡା. କର ତାଙ୍କର ୧୮ ବର୍ଷ ଧରି ବୁର୍ଲା ମେଡିକାଲ କଲେଜ ଓ ଡାକ୍ତରଖାନାରେ ନିଷ୍ଠାପର ସେବା ପାଇଁ ଜନତାଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସମ୍ମାନଜନକ ସ୍ଥାନ ସୃଷ୍ଟି କରିପାରିଥିଲେ। ତାଙ୍କର ଉଦ୍ୟମ ଯୋଗୁଁ ଭିମସାରରେ ମାସକୁ ହାରାହାରି ୩ ଶହରୁ ଉର୍ଦ୍ଧ ଡାଏଲିସିସ ହେଉଥିବା ବେଳେ ବୁର୍ଲା ମେଡିକାଲର କିଡନୀ ବିଭାଗ ଜାତୀୟସ୍ତରରେ ପ୍ରସିଦ୍ଧି ଅର୍ଜନ କରିଥିଲା। ବୁର୍ଲାରୁ କଟକୁ ବଦଳି ହେବା ପରେ ନେଫ୍ରୋଲୋଜି ବିଭାଗର ମୁଖ୍ୟ ଭାବରେ ରାଜ୍ୟ ଅଙ୍ଗ ପ୍ରତିରୋପଣ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଓ କିଡନୀ ପ୍ରତିରୋପଣ ବିଭାଗର ମୁଖ୍ୟ ପୁରୋଧା ଭାବରେ ସେ ନିଜର ସ୍ୱାକ୍ଷର ଛାଡି ଯାଇଛନ୍ତି।

- Advertisement -

ଅତ୍ୟନ୍ତ ଦରଦି ମଣିଷ ଡା. କର ନିଜ ଖର୍ଚ୍ଚରୁ ରୋଗୀ ମାନଙ୍କର ଚିକିତ୍ସା କରିବାର ନଜୀର ରହିଥିବା ବେଳେ ବ୍ୟସ୍ତରମ ଜୀବନ ମଧ୍ୟରୁ ସେ ସ୍ୱତନ୍ତ୍ର ସମୟ ବାହାର କରି ରୋଗୀ ମାନଙ୍କୁ ଫୋନ କରି ସ୍ୱାସ୍ଥ୍ୟବସ୍ଥା ସର୍ମ୍ପକରେ ବୁଝି ଆବଶ୍ୟକ ପରାମର୍ଶ ମଧ୍ୟ ଦେଉଥିଲେ। ତାଙ୍କର ଅକାଳ ମୃତ୍ୟୁରେ ଚିକିତ୍ସା ଜଗତରେ ଯେଉଁ ଶୂନ୍ୟ ସ୍ଥାନ ସୃଷ୍ଟି ହେଲା ତାହା ଅପୂରଣୀୟ ହୋଇ ରହିବ ବୋଲି ବକ୍ତା ମାନେ ମତ ପ୍ରକାଶ କରିଥିଲେ। ସ୍ୱର୍ଗତ ଡା. କରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟର ନୀରବ ପ୍ରାର୍ଥନା କରାଯିବା ସହିତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା। ଏହି ଶୋକସଭାରେ ଶାଶ୍ୱତ ପଣ୍ଡା, ମହେଶ ସାୟତା, ଅମରନାଥ ପୂଜାରୀ, ଡା. ଅଶୋକ କୁମାର ପାଣିଗ୍ରାହୀ, ଡ. ପି. ଏସ. ହୋତା, ଅନୀଲ ପାଣିଗ୍ରାହୀ, ଅତନୁ ଘୋଷ, ପ୍ରଫୁଲ୍ଲ ହୋତା, ଡି.ଏନ. ଭୋଇ, ଗଙ୍ଗଦେବ ବଗର୍ତ୍ତୀ, ରୁଦ୍ର ନାରାୟଣ ମିଶ୍ର, ସୁକାନ୍ତ କୁମାର କର, ଲୋକନାଥ ପାଣ୍ଡେ, ଅଶୋକ ପଣ୍ଡା, ହେମନ୍ତ କୁମାର ମିଶ୍ର, ପ୍ରଶାନ୍ତ କୁମାର ପାଟ୍ଟଯୋଶୀ, ସଞ୍ଜୀବ ମିଶ୍ର, ମହମ୍ମଦ ସନାଉଲ୍ଲା, ଏ. ଦେହୁରୀ, ରାଜେନ୍ଦ୍ର କୁମାର ପ୍ରଧାନ, ମହେନ୍ଦ୍ର କୁମାର ମିଶ୍ର, ବାବଲା ଷଣ୍ଢ, ସୁନିତା ଅଗ୍ରୱାଲ, ଅରୁଣ ମୁଖାର୍ଜୀ, ଅରୁଣ ପଟୱାରୀ, ନରେନ୍ଦ୍ର ଅଗ୍ରୱାଲ, ଡା. ସଞ୍ଜୀବ ମିଶ୍ରଙ୍କ ସମେତ ଅନେକ ବ୍ୟକ୍ତି ଓ ଅନୁଷ୍ଠାନର ସଦସ୍ୟ ମାନେ ଯୋଗ ଦେଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories