www.samajalive.in
Friday, December 12, 2025
15.1 C
Bhubaneswar

ମହଙ୍ଗା ହେବ ମୋବାଇଲ୍ ସେବା; ୨୦% ପର୍ଯ୍ୟନ୍ତ ଶୁଳ୍କ ବଢ଼ାଇବାକୁ କମ୍ପାନୀଗୁଡ଼ିକର ଯୋଜନା

ଆଉ କିଛିଦିନ ପରେ ମୋବାଇଲ୍ ବିଲ୍ ମହଙ୍ଗା ହୋଇପାରେ ।  ଦେଶର ତିନୋଟି ବଡ ଟେଲିକମ୍ କମ୍ପାନୀ ଭୋଡାଫୋନ୍-ଆଇଡିଆ, ଏୟାରଟେଲ୍ ଏବଂ ରିଲାଏନ୍ସ ଜିଓ ୨୦% ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି କରିବାକୁ ଯାଉଛନ୍ତି। ଭୋଡାଫୋନ୍-ଆଇଡିଆ ପ୍ରଥମେ ଶୁଳ୍କ ବୃଦ୍ଧି କରିବ ବୋଲି ସୂଚନା ମିଳିଛି  ଏହା ପରେ ଏୟାରଟେଲ ଏବଂ ଜିଓ ମଧ୍ୟ ଶୁଳ୍କ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । ଏହାର ଅର୍ଥ ହେଉଛି ଯଦି ଆପଣ ମାସକୁ ୧୦୦ ଟଙ୍କା ମୋବାଇଲ୍ ବିଲ୍ ବାବଦରେ ଖର୍ଚ କରୁଥିଲେ, ଆଗକୁ ଆପଣଙ୍କୁ ୧୨୦ ଟଙ୍କା ପଇଠ କରିବାକୁ ପଡ଼ିବ ।

ବଜାରକୁ ରିଲାଏନ୍ସ ଜିଓ ଆସିବା ପରଠାରୁ ଟେଲିକମ୍ କମ୍ପାନୀଗୁଡିକ ବଡ଼ କ୍ଷତି ସହିଛନ୍ତି। ଜିଓ ମୋବାଇଲ୍ ସେବା ଯୋଗାଇବା ପୂର୍ବରୁ ଦେଶରେ ୯ଟି ଘରୋଇ ଟେଲିକମ୍ କମ୍ପାନୀ ରହିଥିଲେ । ଏବେ ଜିଓକୁ ମିଶାଇ ଟେଲିକମ୍ କମ୍ପାନୀର ସଂଖ୍ୟା ମାତ୍ର ୩ । ଜିଓକୁ ବାଦ ଦେଲେ  ଏୟାରଟେଲ ଏବଂ ଭୋଡାଫୋନ୍-ଆଇଡିଆ ମୋବାଇଲ୍ ସେବା ଯୋଗାଉଛନ୍ତି । ଜିଓ ଆସିବା ପରେ ମୋବାଇଲ ସେବା କ୍ଷେତ୍ରରେ ଆରମ୍ଭ ହୋଇଥିଲା ଯୁଦ୍ଧ । ଜିଓର ଶୁଳ୍କ କମ୍ କରିବା ଦ୍ବାରା ଅନ୍ୟ ଟେଲିକମ୍ କମ୍ପାନୀ ସେମାନଙ୍କ ରାଜସ୍ବ ହରାଇଥିଲେ ।

- Advertisement -

ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (TRAI) ଅନୁଯାୟୀ, ଜିଓ ଆସିବା ପୂର୍ବରୁ ଜୁନ୍ ୨୦୧୬ ଜୁନ ମାସରେ କମ୍ପାନୀଗୁଡିକ ଜଣେ ଉପଭୋକ୍ତାଙ୍କ ଠାରୁ ମାସକୁ ହାରାହାରି ୧୫୫ ଟଙ୍କା ରୋଜଗାର କରିଥିଲେ। ଏଥିମଧ୍ୟରୁ କଲିଂ ଏବଂ ଅନ୍ୟାନ୍ୟ ସେବାରୁ ୧୨୬ ଟଙ୍କା ରୋଜଗାର ହୋଇଥିବାବେଳେ ଇଣ୍ଟରନେଟ ନିମନ୍ତେ ୨୯  ଟଙ୍କା ରୋଜଗାର କରୁଥିଲେ । ଏହାକୁ ହାରାହାରି ରାଜସ୍ବ (ଆରପିୟୁ) ବୋଲି କୁହାଯାଏ । ମାତ୍ର ଏବେ  ୨୦୨୦ ଜୁନ ମାସବେଳକୁ ଆରପିୟୁ ୧୫୫ଟଙ୍କାରୁ ହ୍ରାସ ପାଇ ୯୦ ଟଙ୍କାରେ ପହଞ୍ଚିଛି । ଏହାଦ୍ବାରା ଟେଲିକମ୍ କମ୍ପାନୀଗୁଡ଼ିକ କ୍ଷତିର ସମ୍ମୁଖୀନ ହୋଇଥିବା କୁହାଯାଉଛି । ସମ୍ପ୍ରତି ଟେଲିକମ୍ ବଜାରରେ ଜିଓର ଅଂଶୀଦାର ୩୫% ଥିବାବେଳେ ଏୟାରଟେଲ ୨୮% ଓ ଭୋଡ଼ାଫୋନ-ଆଇଡ଼ିଆର ବଜାର ୨୬% ରହିଛି । ଜିଓ ଅନ୍ୟ କମ୍ପାନୀଠାରୁ କମ୍ ରାଜସ୍ବ ଆଦାୟ କରୁଥିବା ସତ୍ବେ କମ୍ପାନୀ ୨୮୦୦ କୋଟି ଟଙ୍କା ଲାଭ କରିଛି। ଏୟାରଟେଲ୍ ସର୍ବାଧିକ ୨୬ ହଜାର କୋଟି ଟଙ୍କାର ଅଧିକ ରାଜସ୍ବ ଆଦାୟ କରିଥିଲେ ହେଁ ୭୦୦ କୋଟିରୁ ଅଧିକ କ୍ଷତି ସହିଛି ଏବଂ ଭୋଡ଼ାଭୋନ-ଆଇଡ଼ିଆ ସର୍ବାଧିକ  ୭୨୧୮ କୋଟି ଟଙ୍କା କ୍ଷତିର ସମ୍ମୁଖୀନ ହୋଇଛି ।

ତେଣୁ ସର୍ବାଧିକ କ୍ଷତିର ସମ୍ମୁଖୀନ ହୋଇଥିବା ଭୋଡ଼ାଫୋନ-ଆଇଡ଼ିଆ ପ୍ରଥମେ ଶୁଳ୍କ ବୃଦ୍ଧି କରିବାକୁ ଯୋଜନା ପ୍ରସ୍ତୁତ କରିଛି। ଏହାପରେ ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟ ଶୁଳ୍କ ବୃଦ୍ଧି କରିବାକୁ ବାଟ ଖୋଲିବ । ୨୦% ଶୁଳ୍କ ବୃଦ୍ଧି କଲେ କମ୍ପାନୀର ଏଆରପିୟୁ ବୃଦ୍ଧି ପାଇବ । ସେପ୍ଟେମବର ୨୦୨୦ରେ ଜିଓର ଏଆରପିୟୁ ୧୪୫ ଟଙ୍କା ଥିଲା, ୨୦% ଶୁଳ୍କ ବୃଦ୍ଧି ପରେ ଏହା ୧୭୪ଟଙ୍କାରେ ପହଞ୍ଚିବ । ସମ୍ପ୍ରତି ଦେଶରେ ଜିଓର ୪୦.୫୬ ନିୟୁତ ଗ୍ରାହକ ଅଛନ୍ତି । ୨୦% ଶୁଳ୍କ ବୃଦ୍ଧି ପରେ କମ୍ପାନୀକୁ ପାଖାପାଖି ୭ ହଜାର କୋଟି ଟଙ୍କା ଫାଇଦା ହେବ ବୋଲି ଆକଳନ କରାଯାଇଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories