ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିବସ ଅବସରରେ ରକ୍ତଦାନ ଶିବିର

ହରଭଙ୍ଗା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିବସ ଅବସରରେ ରବିବାର ହରଭଙ୍ଗା ବ୍ଲକ ପୁରୁଣାକଟକ କଲ୍ୟାଣମଣ୍ଡପଠାରେ ଓଡ଼ିଶା ମୋ ପରିବାର ପକ୍ଷରୁ ଏକ ରକ୍ତଦାନ ଶିବିର ସ୍ଥାନୀୟ ସରପଞ୍ଚଙ୍କ ସହଯୋଗରେ ଆୟୋଜିତ ହୋଇଯାଇଛି। ଏହି ଶିବିରରେ ସ୍ୱେଚ୍ଛାକୃତ ଭାବେ ୮୦ଜଣ ରକ୍ତଦାନ କରିଛନ୍ତି। ଏଭଳି ମହତ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାୟକ, ବୌଦ୍ଧ ଏନଏସି ଚେୟାରମ୍ୟାନ ମୃତ୍ୟୁଞ୍ଜୟ ମିଶ୍ର, ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ଅଶୋକ କୁମାର ସାହୁ, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ସୁବୋଧ କୁମାର ପ୍ରଧାନ, ୮ନଂଜୋନ୍‌‌ ଜିଲ୍ଲାପରିଷଦ ସଭ୍ୟ ତାରାମଣୀ ପ୍ରଧାନ, ବିଜେଡି ବରିଷ୍ଠକର୍ମୀ ସୁଶାନ୍ତ ପ୍ରଧାନ, ପ୍ରତିଭା ସାହୁ, ସ୍ଥାନୀୟ ସମିତିସଭ୍ୟ ସରୋଜ କୁମାର ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ।

Comments are closed.