www.samajalive.in
Saturday, December 6, 2025
14.1 C
Bhubaneswar

ନଳକୂପ ମରାମତି ପାଇଁ ଗ୍ରାମବାସୀଙ୍କର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଖଡିଆଳ : ନୂଆପଡା ଜିଲା ଖଡିଆଳ ବ୍ଲକ ଡୁଆଝର ପଞ୍ଚାୟତ ଅନ୍ତର୍ଗତ ସମସେରପଦର ଗ୍ରାମବାସୀ ନଳକୂପ ମରାମତି ପାଇଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସୂଚନାମତେ ସମସେରପଦର ଗ୍ରାମରେ ଦୀର୍ଘ ୨ ମାସରୁ ଅଧିକ ହେବ ଗ୍ରାମରେ ଥିବା ୨ ଗୋଟି ନଳକୂପ ଅଚଳ ହୋଇପଡିଛି। ଫଳରେ ଗ୍ରାମର ମହିଳା ମାନେ ନିକଟସ୍ଥ ପୋଖରୀ ଓ ପରିତ୍ୟକ୍ତ କୂଅରୁ ପାନୀୟ ଜଳ ସଂଗ୍ରହ କରି ଆସୁଛନ୍ତି। ନଳକୂପ ମରାମତି ନେଇ ଗ୍ରାମବାସୀ ଦୀର୍ଘ ଦିନରୁ ଡୁଆଝର ପଞ୍ଚାୟତର ସରପଞ୍ଚ କମଳିନୀ ମେହେରଙ୍କୁ ଅଭିଯୋଗ କରି ଆସୁଛନ୍ତି। କିନ୍ତୁ ସେ ବିଭିନ୍ନ ବାହାନ ଦେଖାଇ ନଳକୂପ ମରାମତିରେ କୌଣସି ପ୍ରକାରର ସହଯୋଗ କରିନଥିଲେ। ଶେଷରେ ଗ୍ରାମବାସୀ ନଳକୂପ ମରାମତି ନେଇ ବାରମ୍ବାର ସରପଞ୍ଚଙ୍କୁ କହିବାରୁ ଟଙ୍କା ବଦଳରେ ଭୋଟ ଦେଇଛ, ନଳକୂପ ମରାମତୀ କରାଯିବ ନାହିଁ ତୁମେ ବିଡିଓ କିମ୍ବା ଜିଲାପାଳଙ୍କ ପାଖକୁ ଯାଅ ବୋଲି କହିଥିଲେ। ଶେଷରେ ଗ୍ରାମର ଶତାଧିକ ପୁରୁଷ/ମହିଳା ଅନ୍ୟ ଉପାୟ ନପାଇ ଖଡିଆଳ ବ୍ଲକ କାର୍ଯ୍ୟାଳୟକୁ ଆସି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ନଳକୂପ ମରାମତି ନହେବା ପର୍ଯ୍ୟନ୍ତ ଧାରଣରୁ ଉଠିବୁ ନାହିଁ ବୋଲି ଜିଦ ଧରିଥିଲେ। ଘଟଣାସ୍ଥଳରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗ ପହଞ୍ଚି ନଳକୂପ ମରାମତି କରାଯିବାର ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଆଜିର ଏହ ଧାରଣାରେ ପୂର୍ଣ୍ଣମୀ ନାଏକ, କିରଣ ମାଝୀ, କୁନ୍ତି ମାଝୀ, ରେବତୀ ମାଝୀ, କାନ୍ତ ନାଏକ, କିରଣ ମାଝୀ, ସୂର୍ଯ୍ୟକାନ୍ତି ମାଝୀ, ୱାର୍ଡସଭ୍ୟ ଧନୁର୍ଦ୍ଧର ମାଝୀ, ବିଘ୍ନେଶ୍ୱର ମାଝୀ, ଦଶମୁ ମାଝୀ, ରାଜେନ୍ଦ୍ର ମାଝୀ, ଇନ୍ଦ୍ର ମାଝୀ, ସୁବ୍ରତ ମାଝୀ ପ୍ରମୁଖ ସାମିଲ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories