www.samajalive.in
Saturday, December 6, 2025
26.1 C
Bhubaneswar

ଅବହେଳିତ ଜାତୀୟ ମହିଳା ଫୁଟବଲ ଖେଳାଳୀ : ଜୀବିକା ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ

ସମ୍ବଲପୁର :  ଜାତୀୟ ସ୍ତରର ବିଭିନ୍ନ ମହିଳା ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇ ରାଜ୍ୟ ତଥା ଜିଲାକୁ ସୁନାମ ଆଣିଥିବା ସମ୍ବଲପୁର ଜିଲାର ପୂର୍ବତନ ମହିଳା ଖେଳାଳିମାନେ ଏବେ ଅବହେଳାର ଶିକାର ହେଉଥିବା ଅଭିଯୋଗ କରିଛନ୍ତି। ରାଜ୍ୟର ଅନେକ ଜିଲା ମାନଙ୍କରେ ମହିଳା ଫୁଟବଲ ଖେଳାଳିମାନଙ୍କୁ ଜୀବିକା ପାଇଁ ଥଇଥାନ କରାଯାଇଥିବା ବେଳେ ବର୍ଷ ବର୍ଷ ଧରି ବାରମ୍ବାର ସେମାନେ ବିଭିନ୍ନ ସ୍ତରରେ ଗୁହାରି କରିବା ସତ୍ବେ ଏ ପର୍ଯ୍ୟନ୍ତ ସେମାନଙ୍କର ଦୁଃଖ କେହି ଶୁଣୁ ନାହାନ୍ତି। ବିଗତ ଦିନରେ ରାଜ୍ୟ ଓ ଜିଲାକୁ ଗୌରବାନ୍ୱିତ କରିଥିବା ଏହି ଅବହେଳିତ ମହିଳା ଫୁଟବଲ ଖେଳାଳିମାନେ ଏବେ ଜୀବିକା ନିର୍ବାହ ପାଇଁ ଅନେକ ସଂଘର୍ଷ କରୁଛନ୍ତି।

ସେମାନେ ଜିଲାପାଳଙ୍କୁ ଦେଇଥିବା ଦାବିପତ୍ର ଅନୁଯାୟୀ, ସେମାନେ ଜାତୀୟ ତଥା ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗୀତାମାନଙ୍କରେ ପ୍ରତିନିଧିତ୍ୱ କରି ବହୁ ସୁନାମ ଜିଲାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ଆଣି ଦେଇଛନ୍ତି। କିନ୍ତୁ ବାରମ୍ବାର ଦାବି ସତ୍ୱେ ସେମାନଙ୍କ ପାଇଁ କୌଣସି ଚାକିରି ତଥା ଜୀବିକା ପାଇଁ ଅନ୍ୟାନ୍ୟ କୌଣସି ସହାୟତା ଆଜି ପର୍ଯ୍ୟନ୍ତ ମିଳି ନାହିଁ। ଯାହା ଫଳରେ ସେମାନେ ଏବେ ବହୁ କଷ୍ଟରେ ଦୁର୍ଦ୍ଦିନରେ ଜୀବନ ନିର୍ବାହ କରୁଛନ୍ତି। ସେମାନେ ଅତ୍ୟନ୍ତ ଗରିବ ପରିବାରରୁ ନିଜସ୍ୱର ଉଦ୍ୟମରେ ରାଜ୍ୟ ପାଇଁ ସୁନାମ ଆଣି ଦେଇଥିବା ବେଳେ ସରକାରୀ ଅବହେଳା ଯୋଗୁ ମାତ୍ର ୨ – ୩ ହଜାର ଟଙ୍କା ରୋଜଗାର କରି ଅତ୍ୟନ୍ତ କଷ୍ଟରେ ପରିବାର ଭରଣପୋଷଣ କରିବାକୁ ବାଧ୍ୟ ହେଉଛନ୍ତି। ମହିଳା ଫୁଟବଲ ଖେଳାଳି ସନ୍ତୋଷିନୀ ଓରାମ ୨୦୦୨ ରୁ ୨୦୦୯ ପର୍ଯ୍ୟନ୍ତ ୬ଟି ଜାତୀୟସ୍ତରର ପ୍ରତିଯୋଗିତାରେ ଭାଗ ନେଇଥିବାବେଳେ ଜୀବନ ନିର୍ବାହ କରିବା ପାଇଁ ବିଡି ତିଆରି କରୁଛନ୍ତି। ସେହିପରି ସୁବାଷିନୀ ମୁଣ୍ଡା ସିଲେଇ, ରତନାନୀ ମୁଣ୍ଡା ପାର୍ଲର, ମଧୁସ୍ମିତା ମେହେର ସିଲାଇ, ପଦ୍ମିନୀ ସୁନା ଘରୋଇ ସହାୟକ କାର୍ଯ୍ୟ କରି ଦୈନନ୍ଦିନ ଜୀବିକା ପାଇଁ ସଂଘର୍ଷରତ ରହିଛନ୍ତି। ସେହିଭଳି ଅନ୍ୟ ମହିଳା ଖେଳାଳିମାନେ ଜୀବନ ନିର୍ବାହ କରିବା ପାଇଁ ବିଡି ନିର୍ମାଣ, ଘରୋଇ ସହାୟକ ସହିତ ବାସନକୁସନ ମାଜିବା, ସିଲାଇ ଆଦି କାର୍ଯ୍ୟ କରୁଛନ୍ତି। ଏଣୁ ସେମାନେ ସରକାରୀ କିମ୍ବା ଜିଲାରେ ଥିବା କୌଣସି କଳକାରଖାନା ନଚେତ କମ୍ପାନୀମାନଙ୍କରେ ଚାକିରୀର ସୁବିଧା ଯୋଗାଇ ଦେବାକୁ ଜିଲାପାଳଙ୍କ ନିକଟରେ ଦାବି କରୁଛନ୍ତି।

- Advertisement -

ସମ୍ବଲପୁରରେ ବହୁ କ୍ରୀଡା ପ୍ରତିଭା ଥିବାବେଳେ ଏହି ସମସ୍ତ ଖେଳାଳୀମାନଙ୍କ ଏଭଳି ଦୁର୍ଦ୍ଦଶା ଦେଖି ଆଗାମୀ ଦିନରେ କେହି ଆଗ୍ରହୀ ହେଉ ନାହାନ୍ତି। ଯାହା ଫଳରେ ଆଗାମୀ ଦିନରେ ଫୁଟବଲ ସମେତ ଅନ୍ୟ କ୍ରୀଡାମାନଙ୍କରେ ସମ୍ବଲପୁର ଅଞ୍ଚଳରୁ ପ୍ରତିଭାବାନ କ୍ରୀଡାବିତ ଉତ୍ପନ୍ନ ହେବାର ସମ୍ଭାବନା ଦିନକୁ ଦିନ କ୍ଷୀଣ ହୋଇ ଯାଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଜିଲାପାଳଙ୍କୁ ଦିଆଯାଇଥିବା ଦାବିପତ୍ରରେ ସନ୍ତୋଷିନୀ ଓରାମ, ପଦ୍ମିନୀ ସୁନା, ମିନତୀ ତିର୍କୀ, ସୁବାଷିନୀ ବାଗ, ଡଲି ମୁଣ୍ଡା, ରତନି ମୁଣ୍ଡା, ମୀନା ଆଇନ୍ଦ, ମଧୁସ୍ମିତା ମେହେର, କର୍ମୀ ମୁଣ୍ଡା, ପାର୍ବତୀ ମୁଣ୍ଡାଙ୍କ ସମେତ ଅନ୍ୟ ଖେଳାଳିମାନଙ୍କର ଦସ୍ତଖତ ରହିଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories