www.samajalive.in
Saturday, December 6, 2025
17.1 C
Bhubaneswar

ସଙ୍ଗରୋଧ ଅର୍ଥ ପାଇବାକୁ ୬ମାସ ଧାଁ-ଦୌଡ

ସୋରଡା : କରୋନା କାଳରେ ବାହାରୁ ଫେରି ସଂଗରୋଧରେ ରହିଥିବା ଏକ ଦମ୍ପତି ସଂଗରୋଧବାବଦ ଅର୍ଥ ପାଇବାକୁ ୬ମାସ ହେଲା ଧାଁଦୌଡ କରି ନୟାନ୍ତ ହୋଇପଡିଲେଣି। ଗରିବ ଦମ୍ପତି ୩ଜଣ ସନ୍ତାନକୁ ଧରି ବାରମ୍ବାର ଏ କାର୍ଯ୍ୟାଳୟରୁ ସେ କାର୍ଯ୍ୟାଳୟ ଦଉଡି ଥକି ଗଲେଣି। କେହି ବି ଦମ୍ପତିଙ୍କ ଗୁହାରି ଶୁଣୁ ନାହାଁନ୍ତି। ଏଭଳି ଏକ ଅଭିଯୋଗ ଆସିଛି ସୋରଡା ବ୍ଲକର ସରା୦ବାଡି ପଞ୍ଚାୟତ ଅନ୍ତର୍ଗତ ଖାରିଗୁଡା ଗ୍ରାମରୁ।
ମହାମାରୀ କରୋନା କାଳରେ ସରକାରୀ ହିସାବ ଅନୁଯାୟୀ ପ୍ରଥମ ଲକ୍‍ ଡାଉନ୍‍ ବେଳକୁ କେବଳ ଗଞ୍ଜାମ ଜିଲାକୁ ୨ ଲକ୍ଷ ୯ହଜାର ୧୨୪ ଜଣ ପ୍ରବାସୀ ବିଭିନ୍ନ ରାଜ୍ୟରୁ ଫେରିଥିଲେ। କେବଳ ସୋରଡ଼ା ବ୍ଳକ୍‍କୁ ୧୦ ହଜାର ୧୭୭ ଜଣ ଆସିଥିଲେ। ବ୍ଳକ୍‍ର ୨୬ ପଞ୍ଚାୟତରେ ଥିବା ୨୩୫ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଏନ୍‍ଏସିର ସ୍ୱାସ୍ଥ୍ୟକେନ୍ଦ୍ରରେ ସଂଗରୋଧରେ ରହିଥିଲେ। ସେମାନଙ୍କ ମଧ୍ୟରୁ ସେହି ସମୟରୁ ହିଁ ଅଧିକାଂଶ ପ୍ରୋତ୍ସାହନ ରାଶି ୨ ହଜାର ଟଙ୍କା ପାଇ ସାରିଛନ୍ତି। ହେଲେ ସଂଗରୋଧ କେନ୍ଦ୍ରରୁ ଆସିବାର ୬ ମାସ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ଯାଏଁ ପ୍ରୋତ୍ସାହନ ରାଶି ପାଇନାହାନ୍ତି ସରାବାଡ଼ି ବ୍ଳକ୍‍ ଖାରିଗୁଡ଼ା ଗ୍ରାମର ଉମା ଚରଣ ଗୌଡ଼ ଓ ତାଙ୍କ ପତ୍ନୀ। ସଂଗରୋଧ ବାବଦ ଅର୍ଥ ପାଇବାକୁ ପଞ୍ଚାୟତ ଓ ବ୍ଳକ୍ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହୋଇସାରିଲେଣି ଉମା ଗୌଡ଼ ଓ ତାଙ୍କ ପବତ୍ନୀ ଯାଜ୍ଞସେନୀ।
ସୂଚନା ପ୍ରକାରେ, ଉମାଶଙ୍କର ଗୌଡ ସୁରତରେ ରହି କାମ କରୁଥିଲେ। ଗତ ମେ ମାସ ୯ ତାରିଖରେ ନିଜ ସ୍ତ୍ରୀ ଓ ୧୫ ମାସର ଦୁଇ ଜାଆଁଳା ପୁଅ ଓ ଝିଅକୁ ଧରି ସୋରଡ଼ା ବ୍ଳକ୍‍ରେ ପହଞ୍ଚିଥିଲେ। ସରକାରୀ ନିୟମ ଅନୁଯାୟୀ ସେମାନଙ୍କୁ ସେହିଦିନ ହିଁ ଗାଜଲବାଡି ପଞ୍ଚାୟତର ବାଳିକା ଆବାସିକ ବିଦ୍ୟାଳୟଠାରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିଲା। ସେହି ସମୟରେ ସ୍ତ୍ରୀ ଯାଜ୍ଞସିନୀ ୭ ମାସର ଗର୍ଭବତୀ ଥିଲେ। ୯ ଦିନ ପରେ ଅର୍ଥାତ୍‍ ମେ ମାସ ୧୭ ତାରିଖରେ ସ୍ୱାବ୍‍ ରିପୋର୍ଟ ପଜିଟିଭ୍‍ ଆସିବାରୁ ଉଭୟଙ୍କୁ ଶୀତଳାପଲ୍ଲୀସ୍ଥିତ ଟାଟା ଷ୍ଟିଲ୍‍ କୋଭିଡ୍‍ ହସପିଟାଲ୍‍କୁ ପଠାଯାଇଥିଲା। ସେଠାରେ ୧୩ ଦିନ ରହି ମେ ମାସ ୨୯ ତାରିଖରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ସେଠାରୁ ଫେରିବା ପରଠାରୁ ସେ ନିଜ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ସଂଗରୋଧରେ ରହିଥିବା ଗାଜଲବାଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଓ ସୋରଡ଼ା ବ୍ଳକ୍‍କୁ ବାରମ୍ବାର ଦୌଡି ଥିଲେ ମଧ୍ୟ ନିଜର ପ୍ରାପ୍ୟ ରାଶି ପାଇପାରୁନାହାନ୍ତି। ୮ ହଜାର ଟଙ୍କା ପ୍ରୋତ୍ସାହନ ପାଇଁ ୬ ମାସ ହେଲା ଦୌଡୁଥିଲେ ମଧ୍ୟ କେହି ତାଙ୍କ ଗୁହାରି ଶୁଣୁନାହାନ୍ତି। ଏହାରି ମଧ୍ୟରେ ଗତ ସେପ୍ଟେମ୍ବର ୭ ତାରିଖରେ ତାଙ୍କର ଆଉ ଗୋଟିଏ କନ୍ୟା ସନ୍ତାନ ଜନ୍ମ ହୋଇଛି। ସ୍ୱାମୀ- ସ୍ତ୍ରୀ ଦେଢ ବର୍ଷର ଦୁଇ ଜାଆଁଳା ଶିଶୁ ସହିତ ୨ ଶିଶୁ କନ୍ୟାକୁ ନେଇ ବାରମ୍ବାର ବ୍ଳକ୍‍ ପ୍ରଶାସନ ପାଖକୁ ଆସିବାର ଦୃଶ୍ୟ ସରକାରଙ୍କର ବିଧି ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଥମେ ଗାଜଲବାଡି ପଞ୍ଚାୟତରେ ୯ ଦିନ ସଂଗରୋଧରେ ଓ ପରେ ଶୀତଳାପଲ୍ଲୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୩ ଦିନ ରହିଥିଲେ ମଧ୍ୟ ସଂଗରୋଧ ଅବଧି ୧୪ଦିନ ପୂରଣ ନହୋଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚାଲି ଯାଇଥିବା କାରଣରୁ ସଂଗରୋଧ ବାବଦ ଅର୍ଥ ମିଳିପାରୁନି ବୋଲି ସ୍ଥାନୀୟ ବ୍ଳକ୍‍ ପ୍ରଶାସନ ପକ୍ଷରୁ କୁହାଯାଉଛି ବୋଲି ଉମାଶଙ୍କର ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରାଯାଉଛି, ଯଥାଶୀଘ୍ର ସମାଧାନ କରାଯାଇ ହିତାଧିକାରୀଙ୍କୁ ଅର୍ଥରାଶି ପ୍ରଦାନ କରିବାକୁ ଚେଷ୍ଟା କରାଯିବ ବୋଲି ବିଡିଓ ପ୍ରକାଶ କରିଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories