www.samajalive.in
Monday, December 15, 2025
14.1 C
Bhubaneswar

ଗୋପବନ୍ଧୁ ସ୍ମାରକ ବକ୍ତୃତା ପ୍ରତିଯୋଗିତା: କେସିଙ୍ଗାରେ ଶୁଭଲକ୍ଷ୍ମୀ ସାହୁ ପ୍ରଥମ

କେସିଙ୍ଗା: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ତମ ପବିତ୍ର ଶ୍ରାଦ୍ଧ ଦିବସ ଅବସରରେ ବ୍ଲକସ୍ତରୀୟ ‘ସମାଜ ଓଜସ୍ବିନୀ ଓଡ଼ିଶା- ଗୋପବନ୍ଧୁ ସ୍ମାରକ ବକ୍ତୃତା ପ୍ରତିଯୋଗିତା’ ରବିବାର ଅନୁଷ୍ଠିତ ହୋଇଛି। ରାଜ୍ୟର ସମସ୍ତ ଜିଲାର ପ୍ରତି ବ୍ଲକରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ପ୍ରତିଯୋଗିତାରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲା କେସିଙ୍ଗା ୟଙ୍ଗବ୍ଲଡ଼ ପବ୍ଲିକ ସ୍କୁଲରେ ଅନୁଷ୍ଠିତ ହୋଇଥିବା ବକ୍ତୃତା ପ୍ରତିଯୋଗିତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଗୋପବନ୍ଧୁଙ୍କ ସ୍ୱପ୍ନରେ ନଥିଲା ଦାନମାଝୀର ଦାରୁଣ ଦୃଶ୍ୟ କିମ୍ବା ନଗଡ଼ାର ନଗ୍ନ ଚିତ୍ର। ସମସ୍ତଙ୍କୁ ସମାନ ଅଧିକାର ଓ ମୌଳିକ ସୁବିଧା ମିଳୁ ଏହାହିଁ ଥିଲା ତାଙ୍କ ସ୍ଵପ୍ନ। ସେହିଭଳି ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଲମ୍ବୋଧର ଗୋପାଳ ଓ ଶ୍ରୀଶାନ୍ତ ମହଲା।

ବିଚାରକ ଦାୟିତ୍ୱ ତୁଲାଇଥିଲେ ଅଧ୍ୟାପକ ରଞ୍ଜନ ପଣ୍ଡା, ପର୍ଶୁରାମ ସାହୁ, ସତୀଶ ଖମାରୀ। କେସିଙ୍ଗା ସମାଜ ପ୍ରତିନିଧି ଯଯାତି କେଶରି ଦେଓ, ଉତ୍କେଲା ପ୍ରତିନିଧି ଅର୍ଜୁନ ନାଏକ, ବୋରିଆ ପ୍ରତିନିଧି ବଳରାମ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସହଯୋଗ କରିଥିଲେ ୟଙ୍ଗବ୍ଲଡ଼ ପବ୍ଲିକ ସ୍କୁଲର ପ୍ରିନ୍ସପାଲ ଦୀପ୍ତିରାଣୀ ସିଂ, ଜି କ୍ରୀଷ୍ଣା ରେଡ୍ଡୀ, ରମେଶ ଜେନା, ମଗନ ସିନ୍ଦୁର, ନବୀନ ଗୌଡ଼।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories