କାବୁଲ : ପଶ୍ଚିମ କାବୁଲର ଦାସ୍ତ-ଇ-ବାର୍ଚ୍ଚି ଅଞ୍ଚଳରେ ଥିବା କାଜ୍ ବିଦ୍ୟାଳୟରେ ବୋମା ବିସ୍ଫୋରଣ ହେବାରୁ ସେଠାରେ ପାଠ ପଢ଼ୁଥିବା ୧୦୦ ପିଲାଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ବିଦ୍ୟାଳୟର ଶ୍ରେଣୀ ଗୃହରେ ବହୁସଂଖ୍ୟକ ପିଲା ଉପସ୍ଥିତ ଥିବା ସମୟରେ ବିସ୍ଫୋରଣ ଘଟିଥିଲା। ଫଳରେ ୧୦୦ ପିଲାଙ୍କ ଜୀବନ ଯାଇଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା ରହିଛି। କୌଣସି ବ୍ୟକ୍ତି ଆତ୍ମଘାତୀ ବିସ୍ଫୋରଣ ଘଟାଇଥିବା କୁହାଯାଉଛି।
ଏ ସଂପର୍କରେ ପୁଲିସ ମୁଖପାତ୍ର ଖଲିଦ୍ ଜର୍ଦାନ କହିଛନ୍ତି ବିଦ୍ୟାଳୟରେ ପିଲାମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଆତ୍ମଘାତୀ ବିସ୍ଫୋରଣ ଘଟିଥିଲା। ପଶ୍ଚିମ କାବୁଲର ଏହି ଅଞ୍ଚଳରେ ଆତ୍ମଘାତୀ ବିସ୍ଫୋରଣ ଦିିନକୁ ଦିନ ବଢ଼ିବାକୁ ଲାଗିଛି। ଘଟଣା ସମ୍ପର୍କରେ ଆଫଗାନିସ୍ତାନରେ ଥିବା ଆମେରିକା ପ୍ରତିନିଧି କାରେନ୍ ଡେକର ବିଦ୍ୟାଳୟରେ ବିସ୍ଫୋରଣ ଘଟଣାକୁ ନିନ୍ଦା କରିଛନ୍ତି। ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିବା ପିଲାମାନଙ୍କୁ ଆତ୍ମଘାତୀ ବିସ୍ଫୋରଣ କରି ମାରିବା ଦୁର୍ଭାଗ୍ୟଜନକ। ପିଲାମାନେ ଯେପରି ବିନା ଭୟରେ ପାଠ ପଢ଼ିପାରିବେ ସେ ନେଇ ସରକାର ସମସ୍ତ ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ବିଦ୍ୟାଳୟରେ ବିସ୍ଫୋରଣ : ୧୦୦ ମୃତ
Popular Categories



