www.samajalive.in
Monday, December 15, 2025
17.1 C
Bhubaneswar

ଅଶ୍ଳୀଳ ଫୋଟ ଉଠାଇ ମହିଳାଙ୍କୁ ବ୍ଲାକ ମେଲିଂ ଅଭିଯୁକ୍ତ ଗିରଫ

ପାଟଣା : ପାଟଣା ଥାନା ଉଦୟପୁର ଅଞ୍ଚଳର ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଉଠାଇ ତାଙ୍କୁ ଦୈହିକ ଶୋଷଣ କରିବା, ବ୍ଲାକ ମେଲିଂ କରିବା ଅଭିଯୋଗରେ ପାଟଣା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ ଆଜି ଭଦ୍ରକ ଜିଲ୍ଲା ବନ୍ତ ଥାନା ସରମରା ଗ୍ରାମର ବିଶ୍ୱନାଥ ଜେନା(୩୫) ନାମକ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ନାମରେ ପାଟଣା ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଭଦ୍ରକ ବାପ ଘରେ ଥିବା ସମୟରେ ସେ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ସମୟରେ ସହାୟତା ଆଳରେ ଅଭିଯୁକ୍ତ ଜଣକ ମହିଳାଙ୍କ ଅଶ୍ଲୀଳ ଫୋଟ ଉଠାଇ ତାଙ୍କୁ ବ୍ଲାକ ମେଲିଂ କରିବା ସହ ଦୈହିକ ଶୋଷଣ କରି ଆସୁଥିଲେ। ସବୁବେଳେ ସମ୍ପର୍କ ନରଖିଲେ ଫଟୋ ଭାଇରାଲ କରିବା ଧମକ ମଧ୍ୟ ଦେଉଥିଲା। ମହିଳା ଜଣକ ଅତିଷ୍ଠ ଓ ବିବ୍ରତ ଥିବା ଜାଣି ଶାଶୁଘର ଲୋକେ ପଚରା ଉଚରା କରିବାରୁ ଘଟଣା ଜଣାପଡିବା ପରେ ଥାନାରେ ଅଭିଯୋଗ କରିଥିଲେ। ଏନେଇ ପାଟଣା ଥାନାରେ ଏକ ମାମଲା ରୁଜୁ କରିବା ସହ ନିଜେ ଥାନାଧିକାରୀ ଶ୍ରୀ ସାହୁ ତଦନ୍ତ ଭାର ନେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories