ଇମାମ୍ନଗର ଖଇରା ବ୍ରହ୍ମାକୁମାରୀ ପାଠଶାଳାର ବାର୍ଷିକ ଉତ୍ସବ
ଜଗତପୁର (ଖଇରା) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ଜଗତପୁର ସେବାକେନ୍ଦ୍ର ଦ୍ୱାରା ପରିଚାଳିତ ଇମାମ୍ନଗର (ଖଇରା) ଈଶ୍ୱରୀୟ ପାଠଶାଳାର ଦ୍ୱିତୀୟ ବାର୍ଷିକତ୍ସୋବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସନ୍ଧ୍ୟାରେ ଏକ ସତ୍ସଙ୍ଗ ଆୟୋଜିତ ହୋଇଥିଲା। ଏଥିରେ ବ୍ରହ୍ମାକୁମାରୀ ସରଳ ଭଉଣୀ ଗୀତା ଭାଗବତର ସାର ତତ୍ୱ ଉପରେ ଏକ ଦୀକ୍ଷାନ୍ତ ଭାଷଣ ଦେଇଥିଲେ। ପରମାତ୍ମା କିଭଳି ସାକାର ମନୁଷ୍ୟ ଶରୀର ମଧ୍ୟରେ ପରକାୟାରେ ପ୍ରବେଶ କରି ଦିବ୍ୟ ଜ୍ଞାନ ଏବଂ ରାଜଯୋଗ ଶିକ୍ଷା ପ୍ରଦାନ କରି କଳିଯୁଗୀ ସଂସାରକୁ ଦିବ୍ୟ ସଂସାରରେ ପରିବର୍ତନ କରୁଛନ୍ତି ସେ ସମ୍ପର୍କରେ ଆଲୋକପାତ କରିଥିଲେ। ବ୍ରହ୍ମାକୁମାରୀ ଗୀତାଞ୍ଜଳୀ ରାଜଯୋଗର ବ୍ୟାଖ୍ୟା କରି ଯୋଗର ଅନୁଭୂତି କରାଇଥିଲେ। ବ୍ରହ୍ମାକୁମାରୀ ଝରଣା ସ୍ୱାଗତ ଅଭିଭାଷଣ ତଥା ସଂସ୍ଥାର ସଂକ୍ଷିପ୍ତ ପରିଚୟ ପ୍ରଦାନ କରିଥିଲେ। ଡା. ଯୋଗେଶ ଚନ୍ଦ୍ର ଚୌଧୁରୀ ମାଉଣ୍ଟଆବୁ ପରିଦର୍ଶନର ଅନୁଭୂତି ବର୍ଣ୍ଣନା କରିବା ସହିତ ମାଳିକା ଭବିଷ୍ୟବାଣୀ ପାଠ କରିଥିଲେ। କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ ଖଇରା ଶ୍ରୀରାମ ମନ୍ଦିର ଟ୍ରଷ୍ଟର ସଭାପତି ବ୍ରହ୍ମାନନ୍ଦ ସାହୁ। ଏହି କାର୍ଯ୍ୟକ୍ରମର ସଂଚାଳନା କରିଥିଲେ ବ୍ରହ୍ମାକୁମାର ଅମୂଲ୍ୟ ଭାଇ। ଆମନ୍ତ୍ରୀତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ରବାନ୍ଦ୍ର ମୁଦୁଲି। ବ୍ରହ୍ମାକୁମାରୀ ସ୍ୱାତୀ ସାଗରୀକା ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ । ବ୍ରହ୍ମାକୁମାର ଗୟାଧର, ପଂଚାନନ, ଦିଲ୍ଲୀପ୍, ଅକ୍ଷୟ, ବିଜୟ, ବାବୁରାମ, ଯଶୋବନ୍ତ, କିଶୋର, ସୁବାସ, ଭୀମସେନ, ଜୟକୃଷ୍ଣ, ତୁଷାର ଆଦି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।