www.samajalive.in
Saturday, December 6, 2025
16.1 C
Bhubaneswar

ଗାଁରେ ପଶି ଭୋଟରଙ୍କୁ ୫୦୦ ଟଙ୍କା ଦେଲେ, ଜୋରଜବରଦସ୍ତି ଆଙ୍ଗୁଠିରେ କାଳି ବୋଳିଲେ ବିଜେପି କର୍ମୀ

ବାରାଣସୀ: ଲୋକସଭା ନିର୍ବାଚନର ୭ମ ପର୍ଯ୍ୟାୟ ଭୋଟଗ୍ରହଣ ରବିବାର ଅନୁଷ୍ଠିତ ହୋଇଥିବାବେଳେ ଉତ୍ତର ପ୍ରଦେଶର ଚାନ୍ଦୌଲି ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ତାରା ଜୀବନପୁର ଗାଁରେ ଅପ୍ରୀତିକର ଘଟଣା ଘଟିଛି। ଶନିବାର ସନ୍ଧ୍ୟାରେ କେତେଜଣ ବିଜେପି କର୍ମୀ ଗାଁରେ ପଶି ଘର ଘର ବୁଲି ଭୋଟରଙ୍କୁ ୫୦୦ ଟଙ୍କା ଲେଖାଏ ଦେବା ସହିତ ସେମାନଙ୍କ ଆଙ୍ଗୁଠିରେ ଜୋର ଜବରଦସ୍ତି କାଳି ବୋଳିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଚାନ୍ଦୌଲି ଏସଡିଏମ ଘଟଣାକୁ ଗୁରୁତ୍ଵର ସହ ନେଇଛନ୍ତି। ସେ କହିଛନ୍ତି, ଗ୍ରାମବାସୀଙ୍କ ପକ୍ଷରୁ ଏ ସମ୍ପର୍କରେ ଅଭିଯୋଗ କରାଯାଇଛି। ବିଧିବଦ୍ଧ ଭାବେ ଗ୍ରାମବାସୀଙ୍କୁ ଏତଲା ଦେବାକୁ କୁହାଯାଇଛି। ଏହା ସତ୍ବେ ସେମାନେ ରବିବାର ଭୋଟ ଦେଇପାରିବେ ବୋଲି ଏସଡିଏମ୍‌ କହିଛନ୍ତି। ତେବେ ଗାଁରେ ବିଜେପିର ଭୋଟ ନ ଥିବା ଆଶଙ୍କାରେ କର୍ମୀମାନେ ଗ୍ରାମବାସୀଙ୍କ ଭୋଟ ନଷ୍ଟ କରିବା ଉଦ୍ଦେଶ୍ୟରେ ଏପରି କରିଥିବା ସନ୍ଦେହ କରାଯାଉଛି।

- Advertisement -

ସୂଚନାଯୋଗ୍ୟ, ୭ମ ପର୍ଯ୍ୟାୟରେ ଉତ୍ତରପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ, ବିହାର, ମଧ୍ୟ ପ୍ରଦେଶ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ ଏବଂ ଚଣ୍ଡୀଗଡ଼ରେ ମତଦାନ ଅନୁଷ୍ଠିତ ହେଉଛି। ଏହି ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ବାରାଣସୀ ସମେତ ପୂର୍ବାଞ୍ଚଳରେ ଥିବା ୧୩ଟି ଲୋକସଭା ଆସନରେ ଭୋଟଗ୍ରହଣ ଜାରି ରହିଛି। ତେବେ ୨୦୧୪ରେ ଏସବୁ ଆସନରେ ବିଜେପି ବାଜିମାତ କରିଥିବାବେଳେ ଏଥର ରାଜ୍ୟରେ ଏସପି-ବିଏସପି ମେଣ୍ଟ ଏବଂ କଂଗ୍ରେସ ଗେରୁଆ ଦଳକୁ କଡ଼ା ଚ୍ୟାଲେଞ୍ଜ ଦେଉଛନ୍ତି।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories