ବିଜେପି, ଆର୍‌ଏସ୍‌ଏସ୍‌ କର୍ମୀଙ୍କୁ ହତ୍ୟା ଅଭିଯୋଗ ଉଠାଇଲେ ଅମିତ୍‌ ଶାହା

0

ନୂଆଦିଲ୍ଲୀ : କର୍ଣ୍ଣାଟକରେ କଂଗ୍ରେସ ସରକାରଙ୍କ ୫ ବର୍ଷର କାର୍ଯ୍ୟକାଳ ମଧ୍ୟରେ ୨୪ରୁ ଊର୍ଦ୍ଧ୍ବ ବିଜେପି ଏବଂ ଆର୍‌ଏସ୍‌ଏସ୍‌ କର୍ମୀଙ୍କୁ ହତ୍ୟା କରାଯାଇଥିବା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ଅଭିଯୋଗ କରିଛନ୍ତି। ପୁଲିସ ଏହି ଘଟଣାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଥିବାରୁ ଅଭିଯୁକ୍ତମାନେ ମୁକ୍ତାକାଶ ତଳେ ବୁଲୁଛନ୍ତି। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ସରକାରଙ୍କ ଅନ୍ତ ପାଖେଇ ଆସୁଥିବା ବେଳେ ବିଜେପି ପୁନଃ କ୍ଷମତାକୁ ଫେରି ଏହି ଘଟଣାର ଉପଯୁକ୍ତ ତଦନ୍ତ କରିବ ବୋଲି ଶାହା କହିଛନ୍ତି। ଅନ୍ୟପଟେ ଏକ ବକ୍ତବ୍ୟ ବେଳେ ଭୁଲ୍‌ବଶତଃ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳୀୟ ନେତା ବି. ଏସ୍‌. ୟେଦୁରାପ୍ପାଙ୍କୁ ଦୁର୍ନୀତିଗ୍ରସ୍ତ କହିବା ପ୍ରସଙ୍ଗରେ ଶାହା କହିଛନ୍ତି, ତାଙ୍କ ଦ୍ୱାରା ଭୁଲ୍‌ ହୋଇଥାଇପାରେ; କିନ୍ତୁ ରାଜ୍ୟବାସୀ ଭୁଲ୍‌ କରିବେ ନାହିଁ। ସେମାନେ ନିଶ୍ଚିତ ବିଜେପିକୁ ବିପୁଳ ଭୋଟରେ ବିଜୟୀ କରାଇବେ।

Leave A Reply