ନୂଆପାଟଣା ମଣ୍ଡଳରେ ବିଜେପିର ପଦଯାତ୍ରା
ତିଗିରିଆ : ଭାରତୀୟ ଜନତା ପାର୍ଟି ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନର ୯ ବର୍ଷ ପୂର୍ତ୍ତି ଅବସରରେ ସୋମବାର ଘର ଘର ଚାଲ ଅଭିଯାନ ପଦଯାତ୍ରା ନୂଆପାଟଣା ମଣ୍ଡଳରେ ଅନୁଷ୍ଠିତ ହୋଇଯାଇଛି। ନୂଆପାଟଣା ମଣ୍ଡଳ ସଭାପତି ଚିନ୍ମୟ ମଲ୍ଲିକଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ପଦଯାତ୍ରା ନୂଆପାଟଣାର ୫ ନମ୍ବର ବୁଥ ସହିତ ବଜାର ପରିକ୍ରମା କରି ପ୍ରଧାମନ୍ତ୍ରୀଙ୍କର ୯ ବର୍ଷର ସେବା ଏଵଂ ସୁଶାସନ ସମ୍ପର୍କରେ ବାର୍ତ୍ତା ବାଣ୍ଟିଥିଲେ। କର୍ମୀମାନେ ଲୋକମାନଙ୍କ ଘରକୁ ଘର ଯାଇ ମୋଦୀଙ୍କ ଗରିବଙ୍କ ପାଇଁ ମୌଳିକ ଭିତ୍ତିଭୂମି ନିର୍ମାଣ, ୮୦ କୋଟି ନାଗରିକଙ୍କ ଖାଦ୍ୟ ସୁରକ୍ଷା, ବିଶ୍ୱର ସର୍ବବୃହତ୍ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଦୁର୍ବଳବର୍ଗଙ୍କ ଆକାଂକ୍ଷା ପୂରଣ ଏବଂ ଅଧିକାର ସୁରକ୍ଷା ଦିବ୍ୟାଙ୍ଗଙ୍କ ସଶକ୍ତିକରଣ, ଆଦିବାସୀଙ୍କ ପାଇଁ ସୁନିଶ୍ଚିତ ହେଉଛି ସାମଗ୍ରିକ ବିକାଶ ଓ ସବୁ ମୌଳିକ ସୁବିଧା ସହିତ ୩ କୋଟିରୁ ଅଧିକ ଲୋକଙ୍କୁ ଆବାସ ସୁବିଧା ଯୋଗାଇବା ଇତ୍ୟାଦି ବିଷୟରେ ଲୋକମାନଙ୍କୁ ଅବଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରରେ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର ରାୟ,ବିଧାନସଭା ସଂଯୋଜକ ବିକ୍ରମ ଦାଶ, ଜିଲ୍ଲା ସାଧାରଣ ସମ୍ପାଦକ ରାମନାରାୟଣ ମହାନ୍ତି, ଜିଲ୍ଲା ଉପସଭାପତି ବିଚିତ୍ରାନନ୍ଦ ଜେନା, ବରିଷ୍ଠ କାର୍ଯ୍ୟକର୍ତ୍ତା ସୁବାସ ସାହୁ, ଘଣ୍ଟିଖାଲ ମଣ୍ଡଳ ସଭାପତି ନିର୍ମଳ କୁମାର, ଖୁଣ୍ଟୁଣୀ ମଣ୍ଡଳ ସଭାପତି ଉମେଶ ସାମଲ, ପୂର୍ବତନ ମଣ୍ଡଳ ସଭାପତି ସୁଧାକର ବେହେରା, ଦିପୁନା ସେନାପତି, ରମାକାନ୍ତ ସେନାପତି, ସୁନିଲ ମିଶ୍ର, ବଳରାମ ରାଉତ, ଦେବବ୍ରତ ସାମଲ,ମାନସ ଦଳାଇ,ରଘୁନାଥ ପ୍ରଧାନ, ସୁଶାନ୍ତ ପ୍ରଧାନ, ସହଦେଵ ପରିଡା,ପ୍ରଫୁଲ ନାହା ପ୍ରମୁଖ ଯୋଗଦେଇ ଥିଲେ।
Comments are closed.