www.samajalive.in
Tuesday, December 9, 2025
16.1 C
Bhubaneswar

ରାହୁଲ ଗାନ୍ଧୀଙ୍କ ନାଗରିକତ୍ୱ ନେଇ ପ୍ରଶ୍ନ ଉଠାଇଲା ବିଜେପି, ଜବାବ ରଖିବାକୁ ଦାବି

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ଅମେଠି ଏବଂ ୱାୟନାଡ଼ରୁ ପ୍ରାର୍ଥୀ ହୋଇଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଗରିକତ୍ୱ ନେଇ ବିଜେପି ପ୍ରଶ୍ନ ଉଠାଇଛି। ଅମେଠିରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଧ୍ରୁବ ଲାଲଙ୍କ ଓକିଲ ରବି ପ୍ରକାଶ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଏନେଇ ଅଭିଯୋଗ କରିବା ପରେ ବିଜେପି ଏହାକୁ ପ୍ରସଙ୍ଗ କରିଛି। ବିଜେପି ଏହି ମାମଲାରେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ ଜବାବ ରଖିବାକୁ କହିଛି

ବିଜେପି ନେତା ଜେଭିଏଲ ନରସିହ୍ମା ରାଓ ଶନିବାର ଏକ ସାମ୍ବାଦିକ ସମ୍ମିଳନୀ ଆହୂତ କରି କହିଛନ୍ତି ଯେ ରିଟର୍ଣ୍ଣିଂ ଅଫିସର ରାହୁଲ ଗାନ୍ଧୀଙ୍କ ଓକିଲ ରାହୁଲ କୌଶିକଙ୍କୁ ଅଭିଯୋଗ ଉପରେ ଜବାବ ରଖିବାକୁ କହିଥିଲେ। ମାତ୍ର ରାହୁଲ କୌଶିକ ତାଙ୍କ ପାଖରେ ପ୍ରର୍ଯ୍ୟାପ୍ତ ସୂଚନା ନଥିବା ଦର୍ଶାଇ ଅଧିକ ସମୟ ମାଗିଛନ୍ତି। ରିଟର୍ଣ୍ଣିଂ ଅଫିସର ରାହୁଲ ଗାନ୍ଧୀଙ୍କ ସୋମବାର ସକାଳ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ନାଗରିକତ୍ୱ ନେଇ ଜବାବ ତଲବ ପରେ ବି କଂଗ୍ରେସ ଉତ୍ତର ନଦେବା ଘଟଣା ଆଶ୍ଚର୍ଯ୍ୟଜନକ ବୋଲି ଜେଭିଏଲ କହିଛନ୍ତି।
ସୂଚନା ଅନୁସାରେ ୨୦୦୪ ଲୋକସଭା ନିର୍ବାଚନ ସତ୍ୟପାଠରେ ରାହୁଲ ଗାନ୍ଧୀ ବ୍ରିଟେନରେ ବ୍ୟାକଅଫିସ୍‍ ଲିମିଟେଡ୍‍ ନାମକ ଏକ କମ୍ପାନୀରେ ନିବେଶ କରିଥିବା ଉଲ୍ଲେଖ କରିଥିଲେ। ୨୦୦୫ରେ ଏହି କମ୍ପାନୀର ବାର୍ଷିକ ରିଟର୍ଣ୍ଣ କାଗଜପତ୍ରରେ ରାହୁଲ ଗାନ୍ଧୀଙ୍କୁ ବ୍ରିଟେନ୍‍ ନାଗରିକ ଦର୍ଶାଯାଇଛି। ଯଦି ସେହି ସମୟରେ ରାହୁଲ ବ୍ରିଟେନ ନାଗରିକତ୍ୱ ଗ୍ରହଣ କରିଥିଲେ ତେବେ ଏହା ଆଇନ ଉଲ୍ଲଙ୍ଘନ। କେହି ଭାରତୀୟ ଅନ୍ୟ ଦେଶର ନାଗରିକତ୍ୱ ଗ୍ରହଣ କରିବା ମାତ୍ରେ ତାର ଭାରତୀୟ ନାଗରିତ୍ୱ ସମାପ୍ତ ହୋଇଯାଇଥାଏ। ନାଗରିକତ୍ୱ ସମାପ୍ତ ବା ଚାଲିଯିବା ପରେ ଆପଣ ଭାରତର କୌଣସି ବି ନିର୍ବାଚନରେ ଭାଗ ନେଇପାରିବେ ନାହିଁ।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories