ଟିଟିଲାଗଡ଼: ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଟିଟିଲାଗଡ଼ ବିଜେପି ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୌର ପରିଷଦ କାର୍ୟ୍ୟାଳୟ ସମ୍ମୁଖରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଦିବ୍ୟଶଙ୍କର, ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ବିଜେପି ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ, ଜିଲା ସମ୍ପାଦକ ମୁକେଶ ଜୈନ, ଜିଲା ପରିଷଦ ସଭ୍ୟ ଦିଲୀପ ଖରସେଲ, ନଗର ସମ୍ପାଦକ କୁନା ଭାଟି, ଅଶୋକ ମିଶ୍ର, ଜିଲା ମିଡ଼ିଆ ପ୍ରଭାରୀ ଆଲୋକ ନାୟକ, ଲିଙ୍ଗରାଜ ନାୟକ, ଅଶୋକ ଭୋଇ, ବିପିନ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



