www.samajalive.in
Monday, December 8, 2025
13.1 C
Bhubaneswar

ନିର୍ବାଚନ ପୂର୍ବରୁ ବିଜେଡ଼ି ବିରୁଦ୍ଧରେ ଗର୍ଜନ ସମାବେଶ

ଦ୍ୱାରଶୁଣି: ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ସ୍ଥିତ ବଡଚାଟରା ହାଟ ପଡିଆଠାରେ ଆଜି ବ୍ଲକ କୁଡମିସେନା ତରଫରୁ ବାନ୍ଦଣା ପରବ ଭେଟଘାଟ ଗୋ-ଖେଳା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଥାଉକି, କୁଡମି ଜାତିର ପରମ୍ପରା ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ସାରସକଣା ବ୍ଲକ କୁଡମି ସେନା ତରଫରୁ ଦୀର୍ଘ ଦିନ ପୁର୍ବରୁ ପ୍ରୟାସ ଆରମ୍ଭ କରାଯାଇ ସାଂସ୍କୃତିକ ଜାଗରଣ ପାଇଁ ବିଭିନ୍ନ ପଂଚାୟତର ଗାଁ ଗୁଡିକୁ ଯାଇ ଗ୍ରାମବାସୀଙ୍କ ସହିତ ବସି ତାଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରୁଥିଲେ । କୁଡମିସେନା ରାଜ୍ୟ ସଭାପତି ଜୟମୁନି ମହାନ୍ତଙ୍କ ସହିତ ବହୁ ରାଜ୍ୟ ଓ ଜିଲ୍ଲାର କର୍ମକର୍ତା ଏଥିରେ ଉପସ୍ଥିତ ରହିଥିଲେ । କୁଡମି ପରମ୍ପରା ମୁତାବକ ସେଠାରେ ଗୋପୁଜନ ପରେ ଗୋ-ଖେଳା କରାଯାଇଥିଲା ଏବଂ ସଂଧ୍ୟାରେ ଏକ ବିଶାଳ ସଭାର ଆୟୋଜନ କରାଯାଇଥିବା ବେଳେ ଆଠ ହଜାରରୁ ଊର୍ଦ୍ଧ୍ବ ଜନସମାଗମ ହୋଇଥିଲା । ଉକ୍ତ ସଭାକୁ ପଶ୍ଚିମବଙ୍ଗ ସରକାରଙ୍କ ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ମାହାତ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଝାରଖଣ୍ଡ ରାଜ୍ୟର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଦେଶ ମାହାତ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୟୁରଭଞ୍ଜ, କେନ୍ଦୁଝର ତଥା ଝାରଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟର ବହୁ ମାନ୍ୟଗନ୍ୟ ବ୍ୟକ୍ତି ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ । କୁଡମି ଜାତିକୁ ଏକ ହେବାର ସମୟ ଆସିଛି ଏବଂ ଏଥିରେ ସଭିଙ୍କୁ ସହଯୋଗ କରିବାକୁ ପଡିବ ନହେଲେ ଆଗାମୀ ଦିନରେ ଆମ ପୁଅ ଝିଅମାନେ ସରକାରଙ୍କ ଦ୍ୱାରା ଅବହେଳାର ଶିକାର ହେଇଚାଲିବେ । ଏଣୁ ଭବିଷ୍ୟତରେ ସଭିଙ୍କୁ ନ୍ୟାୟ ଦେବାକୁ ଆମକୁ ସଂଗ୍ରାମ କରିବାକୁ ପଡିବ ବୋଲି ମୁଖ୍ୟଅତିଥି ଓ ମଞ୍ଚାସୀନ ଅତିଥି ମାନେ ନିଜର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଜୟମୁନି ମହାନ୍ତ ରାଜ୍ୟସରକାର ଓ କେନ୍ଦ୍ର ସରକାରଙ୍କ ଅବହେଳାର ଉଚିତ ଜବାବ ଦେବାର ସମୟ ଆସିଛି ବୋଲି କହି ଆଗାମୀ ପଞ୍ଚାୟତ ପୂର୍ବରୁ କୁଡମି ଭାଇଭଉଣୀମାନେ ନିଜର ହକ ନପାଇଲେ ଭୋଟ ବର୍ଜନ କରିବେ ବୋଲି ଆହ୍ୱାନ ଦେଇଥିଲେ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିଦ ଭାଙ୍ଗିବା ପାଇଁ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଉଚିତ ଜବାବ ଦିଆଯିବ ବୋଲି କହିଥିଲେ । ଗୋରୁଖୁଣ୍ଟା କାର୍ୟ୍ୟକ୍ରମରେ ସିଲଫୋଡି ପ୍ରଥମ ଓ ବଡ଼ଚାଟରା ଦ୍ଵିତୀୟ ହୋଇଥିବା ବେଳେ ଢେଙ୍ଗୁଆନ ନାଚରେ ଧଲଭୂମଗଡ଼ ପ୍ରଥମ ଓ ପୁରୁଣାପାଣି ଗ୍ରାମ ଦ୍ବିତୀୟ ସ୍ଥାନ ଗ୍ରହଣ କରିଥିଲେ । ଆଜିର ସମସ୍ତ କାର୍ୟ୍ୟକ୍ରମର ନେତୃତ୍ୱ ସାରସକଣା ବ୍ଲକ କୁଡ଼ମି ସେନା ନେଇଥିବା ବେଳେ ସଭାକାର୍ୟ୍ୟକ୍ରମ ପରିଚାଲନାରେ ସହୋଯୋଗ କରିଥିଲେ । ପରିଶେଷରେ ପାରମ୍ପାରିକ ଝୁମର କାର୍ୟ୍ୟକ୍ରମ ଚାଲୁରହିଥିଲା । ବହୁ ପ୍ରତିଭାବାନ ବ୍ୟକ୍ତି ଓ ସଙ୍ଗଠନ ଏହି ସାଂସ୍କୃତିକ କାର୍ୟ୍ୟକ୍ରମରେ ଭାଗ ନେଇଥିଲେ । ତେବେ କୁଡୁମି ଜାତିର ଭୋଟ ବ୍ୟାଙ୍କ ଅକ୍ତିଆର ପାଇଁ ନବୀନ ପଟ୍ଟନାୟକ ଜିଲ୍ଲାରୁ ମମତା ମହାନ୍ତଙ୍କୁ ରାଜ୍ୟ ସଭା ସାଂସଦ କରିଥିବା ବେଳେ ଆଜିର ଏହି କୁଡୁମି ସମ୍ପ୍ରଦାୟର ସାଂସ୍କୃତିକ କାର୍ୟ୍ୟକ୍ରମରେ ବିଶାଳ ଜଣ ସମୁଦ୍ର ନିଶ୍ଚିତ ଭାବେ ଆଗକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବାଚନୀ ବିଗୁଲ ବୋଲି ଆଲୋଚନା ହେଉଥିବା ବେଳେ ଏହା ଆଗକୁ ରାଜ୍ୟ ରାଜନୀତିକୁ ନୂତନ ଚ୍ୟାଲେଞ୍ଜ ସୃଷ୍ଟି କରାଇବ ଏଥିରେ ଦ୍ବିମତ ନାହିଁ ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories