www.samajalive.in
Friday, December 5, 2025
20.1 C
Bhubaneswar

ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ପାଣିରେ ବୁଡି ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

କଲମପୁର: ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ପଣ୍ଡିଗାଁ ନିକଟରେ ସୋମବାର ସଂଧ୍ୟା ପ୍ରାୟ ୭ଟାବେଳେ ପାଣିରେ ବୁଡିଯାଇ ନିଖୋଜ ଥିବା ଯୁବକଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ, ପଣ୍ଡିଗାଁର ତପୁ ମାଝୀ, ଜୟ ମାଝୀ ଓ ତାପସ ମାଝୀ ପ୍ରମୁଖ ତିନି ଯୁବକ ସଂଧ୍ୟାରେ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ କଡରେ ଏକ ପଥର ଚଟାଣ ଉପରେ ବସି ଗପସପ କରୁଥିଲେ। ହଠାତ୍‍ ଏହି ସମୟରେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଖସି ପଡି କେନାଲ ମଧ୍ୟରେ ପଡି ଯାଇଥିଲେ। କେନାଲରେ ପ୍ରାୟ ୧୫ଫୁଟ ପାଣି ରହିଥିଲା। ସେହି ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଅନ୍ୟ ଦୁଇ ଯୁବକ ମଧ୍ୟ କେନାଲକୁ ଡେଇଁଥିଲେ। ସେମାନଙ୍କ ମଧ୍ୟରୁ ଜୟ ସୁରକ୍ଷିତ ଭାବେ କେନାଲ କୂଳରେ ଲାଗି ସୁରକ୍ଷିତ ରହିଥିବା ବେଳେ କିଛି ଲୋକଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ତାପସଙ୍କୁ ଉଦ୍ଧାର କରାଯାଇଥିଲା। ଆମ୍ବୁଲାନ୍ସ ସେବା ଉପଲବ୍ଧି ନ ଥିବାରୁ ଏକ ଅଟୋ ଯୋଗେ ତାପସଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ଏବେ ତାଙ୍କ ଅବସ୍ଥା ସ୍ୱାଭାବିକ ଥିବା ସୂଚନା ମିଳିଛି। କିନ୍ତୁ ରାତି ତମାମ କଲମପୁର ଅଗ୍ନିଶମ ବାହିନୀର ସହାୟତାରେ ଖୋଜିଥିଲେ ମଧ୍ୟ ତପୁଙ୍କର କୌଣସି ସନ୍ଧାନ ମିଳି ନ ଥିଲା। ତୁରନ୍ତ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ପାଣି ବନ୍ଦ କରିବାକୁ ଅନୁରୋଧ କରାଯାଇଥିଲା। ପାଣି ସ୍ରୋତ କମିବା ପରେ ମଙ୍ଗଳବାର ସକାଳେ ନିଖୋଜ ଯୁବକ ତପୁଙ୍କର ମୃତଦେହ ଏକ ପଥରରେ ଲାଖି ରହିଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ଦମକଳ ବାହିନୀର ସହାୟତାରେ ପରିବାର ଲୋକ ମୃତଦେହ ଉଦ୍ଧାର କରିଥିଲେ। ଏନେଇ ସୂଚନା ପାଇବା ପରେ କଲମପୁର ପୁଲିସ ଫାଣ୍ଡି ଅଧିକାରୀ ଅଶୋକ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଜୟପାଟଣା ସ୍ଥାନାନ୍ତର କରାଯାଇଛି। ୨୦ ବର୍ଷିୟ ତପୁ ମାଝୀ ବାପା ମାଆଙ୍କ ଏକମାତ୍ର ପୁଅ। ସେ ଗତ ଦୁଇ ଦିନ ତଳେ ଗାଁକୁ ଆସିଥିଲା। ପୂର୍ବରୁ ସେ ରାଜ୍ୟ ବାହାରେ ରହି କାମ କରୁଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories