www.samajalive.in
Saturday, December 6, 2025
14.1 C
Bhubaneswar

ମୋହନାରେ ଡେଙ୍ଗୁ ସଚେତନତା ରାଲି

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକର ସ୍ଥାନୀୟ ପଞ୍ଚାୟତ ମୋହନାରେ ପ୍ରତ୍ୟେକ ସାହିରେ ନାଳ ନର୍ଦ୍ଧମା ପାଣି ଜମି ରହୁଥିବାରୁ ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଯାହାଫଳରେ ରବିବାର ଦିନ ହାଇସ୍କୁଲ ଛକରେ ଥିବା ଦିଲ୍ ସେ ଇଣ୍ଡିଆ ଯୁବକ ସଂଘ ପକ୍ଷରୁ ମେଡିକାଲ ଅଧିକାରୀଙ୍କୁ ସଚେତନତା ଓ ଡ଼ିଡିଟି ଛିଞ୍ଚନ ପାଇଁ ଅନୁରୋଧ କରାଯାଇଥିଲା। ଅନୁରୋଧ ରକ୍ଷା କରି ମୋହନା ମେଡ଼ିକାଲ କର୍ମଚାରୀ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀମାନେ ମିଳିତ ଭାବେ ହାତରେ ସଚେତନତା ବାର୍ତ୍ତା ଲେଖାଥିବା ପ୍ଲା କାର୍ଡ଼ ଓ ବ୍ୟାନର ଧରି ମେଡ଼ିକାଲଠାରୁ ବାହାରି ମାଣିକେଶ୍ୱରୀସାହି, ପାତ୍ର ସାହି, ବାରି ସାହି, ବେଲାଙ୍ଗିନୀ ସାହି, ଦଳିତ ସାହି, ହାଇସ୍କୁଲ ଛକ ଓ ବଜାରର ଲୋକଙ୍କୁ ସଚେତନ କରିଥିଲେ। ଘର ଆଗରେ ପାଣି ଜମା କରିବା ନାହିଁ କି କୌଣସି ଅଳିଆ ଆବର୍ଜନା ପକାଇ ରଖିବା ନାହିଁ, ଦିନ ବେଳା ରାତିରେ ଶରୀର ଆବରଣ ହୋଇ ରହିବା ଭଳି ପୋଷାକ ପିନ୍ଧିବା, ଗରମ ଖାଦ୍ୟ ବ୍ୟବହାର କରିବା ସହ ଗରମ ପାଣି ପିଇବା, ମଶାରୀ ଟାଣି ଶୋଇବା ଏଭଳି ସଚେତନତା କରିବା ସହ ପାଣି ଜମିଥିବା ସ୍ଥାନରେ ଡେଙ୍ଗୁ ମଶାଙ୍କୁ ମାରିବା ପାଇଁ ଔଷଧ ସିଞ୍ଚନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories