www.samajalive.in
Saturday, December 6, 2025
26.1 C
Bhubaneswar

ପାକିସ୍ତାନକୁ ସର୍ବବୃହତ, ସର୍ବାଧୁନିକ ଯୁଦ୍ଧ ଜାହାଜ ହସ୍ତାନ୍ତର କଲା ଚୀନ

ବେଜିଂ: ବେଜିଂ ମଙ୍ଗଳବାର ଦିନ ପାକିସ୍ତାନକୁ ବୃହଦାକାୟ ଏବଂ ସର୍ବାଧୁନିକ ଏକ ଯୁଦ୍ଧ ଜାହାଜ ହସ୍ତାନ୍ତର କରିଛି । ବେଜିଂ ପକ୍ଷରୁ ବିଦେଶକୁ ରପ୍ତାନି କରାଯାଇଥିବା ଯୁଦ୍ଧ ଜାହାଜଗୁଡିକ ମଧ୍ୟରେ ଏହା ସର୍ବବୃହତ ବୋଲି ଜଣାଯାଇଛି । ଚାଇନା ଷ୍ଟେଟ ସିପବିଲଡିଂ କର୍ପୋରେସନ ଲିମିଟେଡ (ସିଏସଏସସି) ଦ୍ୱାରା ଡିଜାଇନ ଓ ନିର୍ମାଣ କରାଯାଇଥିବା ଏହି ଫ୍ରିଗେଟ ସାଂଘାଇରେ ଆୟୋଜିତ ଏକ ଉତ୍ସବରେ ପାକିସ୍ତାନ ନୌସେନାକୁ ହସ୍ତାନ୍ତର କରାଯାଇଥିଲା । ଗ୍ଲୋବାଲ ଟାଇମ୍ସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଏହି ଟାଇପ ୦୫୪ଏ/ପି ଫ୍ରିଗେଟ ପାକିସ୍ତାନ ନୌବାହିନୀ ପାଇଁ ଚୀନ ଦ୍ୱାରା ନିର୍ମାଣ କରାଯାଉଥିବା ଏହି ଶ୍ରେଣୀର ଚାରିଟି ଯୁଦ୍ଧ ଜାହାଜ ମଧ୍ୟରେ ପ୍ରଥମ ଅଟେ । ଏହାର ପାକିସ୍ତାନୀ ନାମ ପିଏନଏସ ତୁଘରିଲ ରଖାଯାଇଛି । ପ୍ରଯୁକ୍ତିଗତ ଦୃଷ୍ଟିରୁ ଏହା ଯଥେଷ୍ଟ ଉନ୍ନତ ଏବଂ ଏଥିରେ ଭୂପୃଷ୍ଠରୁ ଭୂପୃଷ୍ଠକୁ, ଭୂପୃଷ୍ଠରୁ ଆକାଶକୁ ଏବଂ ପାଣିତଳେ ଆକ୍ରମଣ କରିବାର କ୍ଷମତା ଏହାର ରହିଛି । ତାହାସହିତ ଏହା ଶତ୍ରୁପକ୍ଷର ଗତିବିଧି ଉପରେ କଡା ସତର୍କ ଦୃଷ୍ଟି ରଖିବାକୁ ମଧ୍ୟ ସମସ୍ତ ବ୍ୟବସ୍ଥାରେ ସଜ୍ଜିତ ହୋଇଛି । ଏଥିରେ ସର୍ବାଧୁନିକ ଯୁଦ୍ଧ ପରିଚାଳନା ଏବଂ ଇଲେକଟ୍ରୋନିକ ଯୁଦ୍ଧ ନିୟନ୍ତ୍ରଣ ବ୍ୟବସ୍ଥା ସହିତ ଆଧୁନିକ ଆତ୍ମ ପ୍ରତିରକ୍ଷା କ୍ଷମତା ରହିଛି । ଏହା ଅତ୍ୟନ୍ତ ପ୍ରତିକୂଳ ଏବଂ ଆହ୍ୱାନମୂଳକ ପରିସ୍ଥିତିରେ ଏକ ସମୟରେ ଏକାଧିକ ସାମରିକ ଉଦ୍ଦେଶ୍ୟ ସାଧନ କରିବାକୁ ସମର୍ଥ ବୋଲି ପାକିସ୍ତାନ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories