www.samajalive.in
Saturday, December 6, 2025
14.1 C
Bhubaneswar

ନିର୍ବାଚନ ଫଳାଫଳ ପୂର୍ବର ବିଜୟ ଉତ୍ସବ ପ୍ରସ୍ତୁତି

ନୂଆଦିଲ୍ଲୀ: ଏକଜିଟ୍‌‌ ପୋଲ୍‌‌ ଫଳାଫଳକୁ ନେଇ ‘ଅବକୀ ବାର ୪୦୦ପାର୍‌‌’ ନାରା ଦେଇଥିବା ବିଜେପିର ମନୋବଳ ବୃଦ୍ଧି ପାଇଛି। ଜୁନ ୪ରେ ଲୋକସଭା ନିର୍ବାଚନ ଫଳାଫଳ ଭାଜପା ସପକ୍ଷରେ ରହିବାର ସମ୍ଭାବନା ଦେଖି ବିଜେପି ବିଜୟ ଉତ୍ସବ ବେଶ ଧୁମଧାମରେ ପାଳନ କରିବା ମୁଡରେ ରହିଛି। କୁହାଯାଉଛି ଯେ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ନିର୍ବାଚନ ଜିତୁଛନ୍ତି ତେବେ ଏକ ଗ୍ରାଣ୍ଡ ରୋଡ ଶୋ କରାଯିବ। ମିଳିଥିବା ସୂଚନା ଅନୁସାରେ ନୂଆଦିଲ୍ଲୀ ସ୍ଥିତ କଲ୍ୟାଣମାର୍ଗଠାରୁ ରୋଡ ଶୋ ଆରମ୍ଭ ହୋଇ ବିଜେପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ୨ରୁ ୩ଲକ୍ଷ ଲୋକଙ୍କ ସମାଗମ ହେବା ଆଶା କରାଯାଉଛି।
ବିଜେପି ନେତାମାନେ ଭାରତ ମଣ୍ଡପମ୍‌‌, ଯଶୋ ଭୂମି, ଏବଂ କର୍ତ୍ତବ୍ୟ ପଥରେ ବିଜୟ ଉତ୍ସବ ପାଳନ କରିବା ପାଇଁ ଆଲୋଚନା କରୁଛନ୍ତି। ମୋଦୀ ସରକାରଙ୍କ ଶପଥ ଗ୍ରହଣ ପରେ ବିଜୟ ଉତ୍ସବକୁ ବୃହତ ଭାବରେ ପାଳନ ପାଇଁ ସ୍ଥାନ ବଛାଯାଉଥିବା ସୂଚନା ମିଳିିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ମୋଦୀ ସରକାରଙ୍କ ଶପଥ ଗ୍ରହଣ ପରେ ସେହି ଦିନ ଗ୍ରାଣ୍ଡ ରୋଡ ଶୋ ଏବଂ ବିଜୟ ଉତ୍ସବ ପାଳନ କରାଯିବ। କେଉଁ ସ୍ଥାନରେ ପ୍ରକୃତରେ ଉତ୍ସବ ପାଳନ କରାଯିବ ତାହା ଚୂଡାନ୍ତି ହୋଇନଥିବା ବେଳେ ନେତାଙ୍କ ମଧ୍ୟରେ ଉତ୍ସାହ ପ୍ରବଳ ଦେଖିବାକୁ ମିଳିଲାଣି। ସେହିପରି ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ସୂଚନା ମିଳିଛି। ନିର୍ବାଚନ ଫଳାଫଳ ଆସିବା ପରେ ଜୁନ ୯ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories