www.samajalive.in
Saturday, December 6, 2025
14.1 C
Bhubaneswar

୩୬ ଘଣ୍ଟା ବିତିଲା, ଅପହୃତ ଡାକ୍ତରଙ୍କ ପତ୍ତା ମିଳୁନି

ମାଲକାନଗିରି: ମାଲକାନଗିରି ଜିଲାର କାଲିମେଳାରୁ ଅପହୃତ ଡାକ୍ତର ଅମ୍ଳାନ ଭୋଇଙ୍କ ପତ୍ତା ମିଳୁନାହିଁ। ଘଟଣାର ୩୬ ଘଣ୍ଟା ବିତିଯାଇଥିଲେ ହେଁ ଡାକ୍ତରଙ୍କୁ କିଏ ଅପହରଣ କରିଛି ଏବଂ ସେ ଏବେ କେଉଁଠି ଅଛନ୍ତି ତାହାକୁ ନେଇ ରହସ୍ୟ ଲାଗି ରହିଛି। ଡାକ୍ତର ନିଜ ଇଚ୍ଛାରେ କୁଆଡ଼େ ଯାଇଛନ୍ତି ନା ତାଙ୍କୁ ପ୍ରକୃତରେ କେହି ଅପହରଣ କରିନେଇଛନ୍ତି ସେ ଦିଗରେ ପୁଲିସ ତଦନ୍ତ ଜାରି ରଖିଛି। ଅନ୍ୟପଟେ ସରକାରୀ ବାସଭବନ ନିକଟରୁ ମାଓବାଦୀଙ୍କ ନାଁରେ ଏକ ଚିଠି ମିଳିଥିବାରୁ ଘଟଣା ପଛରେ ମାଓବାଦୀଙ୍କ ହାତ ଥିବା ମଧ୍ୟ ସନ୍ଦେହ କରାଯାଉଛି। ଅପହରଣ ପୂର୍ବରୁ ଅମ୍ଳାନ ଏଟିଏମରୁ ୪୮ ହଜାର ଟଙ୍କା ଉଠାଇଥିବା କୁହାଯାଉଛି। ଏହାବ୍ୟତୀତ ଏକ ମୃତଦେହ ବ୍ୟବଚ୍ଛେଦକୁ କେନ୍ଦ୍ରକରି ଡାକ୍ତରଙ୍କ ସହିତ ମୃତକଙ୍କ ପରିବାର ଲୋକଙ୍କ ସହିତ ବଚସା ହୋଇଥିଲା। ସେ ଦିଗକୁ ବି ପୁଲିସ ତଦନ୍ତ ପରିସରଭୁକ୍ତ କରିଛି।

ସୂଚନାଯୋଗ୍ୟ, ଅମ୍ଳାନ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିଲେ। ଗତ ଶନିବାର ରାତିରେ ଡ୍ୟୁଟି ସାରି ସେ ନିଜ ସରକାରୀ ବାସଭବନକୁ ଫେରିଥିଲେ। ପରେ ତାଙ୍କ ପତ୍ତା ମିଳି ନ ଥିଲା। କିନ୍ତୁ ତାଙ୍କ ବାସଭବନ ବାହାରେ ମାଓବାଦୀ ନାଁରେ ଚିଠି ପଡ଼ିଥିବା ଏବଂ ସେଥିରେ ଅମ୍ଳାନଙ୍କୁ ଅପହରଣ କରାଯାଇଥିବା ଉଲ୍ଲେଖ ରହିଥିଲା। ଏହା ପରେ ଗୋଷ୍ଠୀ ସ୍ୱାସ୍ଥ୍ର୍ୟ କେନ୍ଦ୍ରର କର୍ତ୍ତୃପକ୍ଷ ଅମ୍ଳାନଙ୍କୁ ଅପହରଣ ନେଇ ଥାନାରେ ଅଭିଯୋଗ କରିଥିଲେ। ମାଲକାନଗିରି ଏସଡିପିଓ ସଚିନ ପଟେଲ ଏବଂ କାଲିମେଳା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚିଠିକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories