ୱାଏନାଡରେ ରାହୁଲଙ୍କୁ ଟକ୍କର ଦେବେ କେ ସୁରେନ୍ଦ୍ରନ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ୱାଏନାଡ ଲୋକସଭା ଆସନରେ ଏଥର ହାଇପ୍ରୋଫାଇଲ ଲଢେଇ ହେବାକୁ ଯାଉଛି । କଂଗ୍ରେସର ଗଡ କୁହାଯାଉଥିବା ଏହି ଆସନରୁ ରାହୁଲ ଗାନ୍ଧୀଙ୍କୁ କଡା ଟକ୍କର ଦେବାକୁ କେରଳ ବିଜେପି ମୁଖ୍ୟ କେ ସୁରେନ୍ଦ୍ରନଙ୍କୁ ବିଜେପି ଟିକେଟ ଦେଇଛି । ୨୦୦୯ ମସିହାରୁ କଂଗ୍ରେସ ଲଗାତାର ଏହି ଆସନରୁ ଜିତି ଆସୁଛି । ରାହୁଲ ଗତ ନିର୍ବାଚନରେ ଆମେଥିରେ ପରାଜିତ ହୋଇଥିଲେ ମଧ୍ୟ ୱାଏନାଡରୁ ଜିତି ସମ୍ମାନ ବଞ୍ଚାଇଥିଲେ ।
ଗତ ନିର୍ବାଚନରେ ପଥନମଥାଠା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ସୁରେନ୍ଦ୍ରନ ତୃତୀୟ ସ୍ଥାନରେ ରହିଥିଲେ । ଏହାପରେ ବିଜେପି ତାଙ୍କୁ ୨୦୨୦ରେ କେରଳ ମୁଖ୍ୟ ଭାବରେ ନିଯୁକ୍ତି ଦେଇଥିଲା । ୨୦୨୪ ନିର୍ବାଚନରେ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଗୁରୁ ଦାୟିତ୍ୱ ଦେଇଛି ।
Comments are closed.