www.samajalive.in
Wednesday, December 10, 2025
23.1 C
Bhubaneswar

ମୋ ଆଶା ନୂଆ ଓଡିଶାକୁ ନେଇ ବିଜେପିର ପଦଯାତ୍ରା 

ବଡ଼ସାହି : ସାନକେରକ ମଣ୍ଡଳ ୨୨ନମ୍ବର ଜୋନର ବିଜେପି ଯୁବ ସଭାପତି ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କ ନେତୃତ୍ୱରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବାରିପଦା ନିର୍ବାଚନ ମଣ୍ଡଳୀର ପ୍ରଭାରୀ ନିହାର ରଞ୍ଜନ ମୋଦିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କର୍ମୀମାନେ ପ୍ରତି ଗ୍ରାମକୁ ଯାଇ ଗ୍ରାମର ବିକାଶ ଓ ସ୍ୱାଭିମାନ ସହ ବଞ୍ଚିବା ପାଇଁ ଆବଶ୍ୟକ ତଥ୍ୟ ସଂଗ୍ରହ କରିଛନ୍ତି। ଆଗାମୀ ଦିନରେ ନୂତନ ଓଡିଶା ଗଠନ ପାଇଁଁ ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ଜନସାଧାରଣଙ୍କ ମତାମତ ଓ ପରାମର୍ଶ ନେଇଛନ୍ତି। ଏହାଦ୍ୱାରା ବିଜେପି ପକ୍ଷରୁ କରାଯାଉଥିବା ‘ମୋ ଆଶା ନୂଆ ଓଡିଶା’ ଗଠନ କାର୍ଯ୍ୟକ୍ରମ ସଫଳ ହେବ ବୋଲି କର୍ମୀମାନେ ମତପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଓବିସି ମୋର୍ଚ୍ଚାର ମଣ୍ଡଳ ସଭାପତି ଯଦୁନାଥ ସାହୁ, ପ୍ରକାଶ ସୋରେନ, ପ୍ରମୋଦ ସାହୁ, ସୁରେନ୍ଦ୍ର ମହାନ୍ତ, ମହିଳା ସଭାନେତ୍ରୀ ସ୍ନେହଲତା ମହାନ୍ତ, ପୂର୍ବତନ ସରପଞ୍ଚ କେଶର ମୁର୍ମୁ ଓ ଅଶୋକ ସାହୁ ପ୍ରମୁଖ ପଦଯାତ୍ରାରେ ସାମିଲ ଥିଲେ।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories