www.samajalive.in
Monday, December 15, 2025
27.1 C
Bhubaneswar

ବିଜେପି ନୂତନ ମୁଖ୍ୟାଳୟକୁ ଉଦ୍‌ଘାଟନ କଲେ ମୋଦି

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଦିନ୍‌ଦୟାଲ୍‌ ଉପାଧ୍ୟୟ ମାର୍ଗରେ ଭାରତୀୟ ଜନତାପାର୍ଟିର ନୂତନ ମୁଖ୍ୟାଳୟକୁ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଭାରତରେ ପ୍ରଚଳିତ ବହୁ ଦଳୀୟ ପ୍ରଥା ଦେଶର ଗଣତନ୍ତ୍ରକୁ ସୁଦୃଢ କରିଛି ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି । ଶ୍ରୀ ମୋଦି କହିଛନ୍ତି ଭାରତରେ ରାଜନୈତିକ ଦଳ ଗଢ଼ିବା ଏକ କଷ୍ଟକର ବ୍ୟାପାର ନୁହେଁ । ଏଠାରେ ନିଜ ନିଜ ଚିନ୍ତାଧାରା ଏବଂ ଆଦର୍ଶ ଭିତ୍ତିରେ ବହୁତଗୁଡ଼ିଏ ରାଜନୈତିକ ଦଳ କାର୍ଯ୍ୟ କରୁଛନ୍ତି । ତେବେ ତାଙ୍କ ଦଳ ରାଷ୍ଟ୍ରଭକ୍ତି ପ୍ରତି ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଶ୍ରୀ ମୋଦି କହିଛନ୍ତି ବିଜେପି ଏବଂ ଜନସଂଘର ବରିଷ୍ଠ ନେତାମାନେ ସ୍ୱାଧୀନତା ପରର ପ୍ରାୟ ସମସ୍ତ ଜନଆନ୍ଦୋଳନର ନେତୃତ୍ୱ ନେଇଛନ୍ତି । କଠିନ ପରିଶ୍ରମ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ମୁଖ୍ୟାଳୟର ନିର୍ମାଣ ସମ୍ପନ୍ନ କରିଥିବାରୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ସମ୍ପୂର୍ଣ୍ଣ ଟିମ୍‌କୁ ଧନ୍ୟବାଦ ଦେଇଥିଲେ ।

ଏହି ଅବସରରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଉଦ୍‌ବୋଧନ ଦେଇ କହିଛନ୍ତି ଆଜି ଦଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ବିଜେପିର ନିଜସ୍ୱ କାର୍ଯ୍ୟାଳୟ ଲାଗି ଦଳର ପ୍ରତ୍ୟେକ ସଦସ୍ୟ ସ୍ୱପ୍ନ ଦେଖୁଥିଲେ ଏବଂ ଆଜି ଏହି ସ୍ୱପ୍ନ ବାସ୍ତବ ରୂପ ନେଇଛି । ବିଶ୍ୱରେ ବିଭିନ୍ନ ରାଜନୈତିକ ଦଳର କେତେକ ବୃହତ୍ତମ ମୁଖ୍ୟାଳୟ ମଧ୍ୟରେ ଏହା ଅନ୍ୟତମ ।

- Advertisement -

ଏହି ସମାରୋହରେ ଦଳର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ, ମୁରଲୀମନୋହର ଯୋଶୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ, ରାଜନାଥ ସିଂ, ନୀତିନ ଗଡ଼କରି ଏବଂ ରବି ଶଙ୍କର ପ୍ରସାଦ ଉପସ୍ଥିତ ଥିଲେ ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories