www.samajalive.in
Monday, December 8, 2025
27.1 C
Bhubaneswar

ବିଧାନସଭା ନିର୍ବାଚନ ପାଇଁ ତ୍ରିପୁରାରେ ମତଦାନ ଜାରି

ଅଗରତାଲା : ତ୍ରିପୁରାର ବିଧାନସଭା ନିର୍ବାଚନ ପାଇଁ ବର୍ତ୍ତମାନ ମତଦାନ ପ୍ରକ୍ରିୟା ଜାରି ରହିଛି । ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି ଏବଂ ଏହା ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ । ଦିନ ଗୋଟାଏ ସୁଦ୍ଧା ୪୬ ପ୍ରତିଶତରୁ ଊର୍ଦ୍ଧ୍ବ ମତଦାନ ହୋଇଥିବା ଜଣାପଡ଼ିଛି । ରାଜ୍ୟର ମୋଟ୍‌ ୬୦ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୫୯ଟିରେ ଆଜି ଭୋଟ୍‌ ଗ୍ରହଣ କରାଯାଉଛି । ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ କାରଣରୁ ଚାରିଲାମ ସଂରକ୍ଷିତ ଆସନ ପାଇଁ ଭୋଟ୍‌ଗ୍ରହଣ ପ୍ରକ୍ରିୟାକୁ ଆସନ୍ତା ମାସ ୧୨ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଏହି ନିର୍ବାଚନରେ ୨୦ ଜଣ ମହିଳାଙ୍କ ସମେତ ୨୯୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ମୋଟ୍‌ ୩,୧୭୪ ଭୋଟ୍‌ ଗ୍ରହଣ କେନ୍ଦ୍ର ମଧ୍ୟରୁ ୪୭ଟି କେନ୍ଦ୍ର ମହିଳା ନିର୍ବାଚନ କର୍ମୀଙ୍କ ଦ୍ୱାରା ପରିଚାଳିତ ହେଉଛି । ମୁଖ୍ୟ ନିର୍ବାଚନ ଅଧିକାରୀ ଶୀରାମ ତରୁଣୀକାନ୍ତି କହିଛନ୍ତି ଯେ ସମସ୍ତ ଭୋଟ୍‌ ଗ୍ରହଣ କେନ୍ଦ୍ରରେ ୱେବ୍‌ କ୍ୟାମେରା ବ୍ୟବସ୍ଥା କରାଯାଇଛି, ଯାହାଦ୍ୱାରା ନିର୍ବାଚନ କମିଶନ ଅଧିକାରୀମାନେ ସବୁ କେନ୍ଦ୍ରର ଭୋଟ୍‌ଗ୍ରହଣ ପ୍ରକ୍ରିୟାକୁ ଅନୁଧ୍ୟାନ କରିପାରିବେ । ପୋଲିସ୍‌ ଡି.ଜି. ଏ.କେ. ଶୁକ୍ଳା କହିଛନ୍ତି ଯେ ମୁକ୍ତ, ଅବାଧ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ କରିବା ନିମନ୍ତେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୀମାପାର ଯାତାୟାତକୁ ରୋକିବା ଲାଗି ଭାରତ-ବଙ୍ଗଳାଦେଶ ସୀମାନ୍ତକୁ ବନ୍ଦ କରାଯାଇଥିବା ସେ ସୂଚନା ଦେଇଛନ୍ତି ।

ଅନ୍ୟ ପକ୍ଷରେ ଆସନ୍ତା ୨୭ତାରିଖ ଦିନ ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ଲାଗି ଭୋଟ ଗ୍ରହଣ କରାଯିବା ପରେ ଆସନ୍ତା ମାସ ୩ତାରିଖ ଦିନ ତିନୋଟି ଯାକ ରାଜ୍ୟରେ ଭୋଟ ଗଣନା କରାଯିବ ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories