www.samajalive.in
Monday, December 15, 2025
27.1 C
Bhubaneswar

କମଳନାଥ ସରକାରଙ୍କ ସପକ୍ଷରେ ଭୋଟ ଦେଲେ ୨ ବିଜେପି ବିଧାୟକ

ଭୋପାଳ : କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ସରକାର ଭାଙ୍ଗିବା ପରେ ଚର୍ଚ୍ଚା ହେଉଛି ଯେ ମଧ୍ୟପ୍ରଦେଶରେ ବିଜେପି ଏପରି କିଛି ଓଲଟପାଲଟ କରିପାରେ। ମାତ୍ର ଏହା ମଧ୍ୟରେ ବୁଧବାର ଯେଉଁ ଖବର ସାମ୍ନାକୁ ଆସିଛି, ତାହା ସମ୍ପୂର୍ଣ୍ଣ ରୂପେ ଏହାର ବିପରୀତ ଏବଂ ବିଜେପି ପାଇଁ ଚିନ୍ତାର କାରଣ ସାଜିଛି। ମଧ୍ୟପ୍ରଦେଶ ବିଧାନସଭାରେ ବୁଧବାର ଅପରାଧ ଆଇନ (ସଂଶୋଧନ) ବିଲ ଉପରେ ଭୋଟିଂରେ ବିଜେପିର ୨ ଜଣ ବିଧାୟକ କମଳନାଥ ସରକାରଙ୍କ ସପକ୍ଷରେ ଭୋଟ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କମଳନାଥ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଏହି ଭୋଟିଂ ପରେ ତାଙ୍କ ସରକାରଙ୍କୁ ଅସ୍ଥିର କହୁଥିବା ବିଜେପି ନେତାଙ୍କ ଉପରେ କମଳନାଥ ବର୍ଷିଛନ୍ତି। ମୁଖ୍ୟମନ୍ତ୍ରୀ କମଳନାଥ କହିଛନ୍ତି ଯେ ବିଜେପି କହୁଛି ଯେ ଆମ ସରକାର ଛୋଟା ସରକାର ଓ ଏହା କେଉଁ ସମୟରେ ବି ଭାଙ୍ଗିଯାଇପାରେ। ହେଲେ ବିଧାନସଭାରେ ଅପରାଧ ଆଇନ ସଂଶୋଧନ ବିଲରେ ଭୋଟିଂ ବେଳେ ବିଜେପିର ୨ ଜଣ ବିଧାୟକ ଆମ ସରକାରଙ୍କ ସପକ୍ଷରେ ଭୋଟ ଦେଇଛନ୍ତି।
ପ୍ରକାଶଯୋଗ୍ୟ ଯେ ବୁଧବାର ମଧ୍ୟପ୍ରଦେଶ ବିଧାନସଭାରେ ବିଜେପିର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ଗୋପାଳ ଭାର୍ଗବ କହିଥିଲେ ଯେ ଆମ ଦଳର ଶୀର୍ଷ ୧ ଏବଂ ୨ ନମ୍ବର ନେତାଙ୍କ ଆଦେଶ ଆସିଲେ କମଳନାଥଙ୍କ ସରକାର ୨୪ ଘଣ୍ଟା ମଧ୍ୟରେ ଭାଙ୍ଗିଯିବ। ଗୋପାଳ ଭାର୍ଗବଙ୍କ ସଂକେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶହାଙ୍କ ଆଡକୁ ଥିଲା। ତେବେ ଏହାର ବିପରୀତ ବିଜେପି ବିଧାୟକ କଂଗ୍ରେସ ସରକାରଙ୍କ ବିଲ ସପକ୍ଷରେ ଭୋଟ ଦେଇଛନ୍ତି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories