www.samajalive.in
Monday, December 8, 2025
14.1 C
Bhubaneswar

ଚାଷୀଙ୍କୁ ମୋବାଇଲ୍ ଯୋଗେ ସୂଚନା: କୃଷି ମନ୍ତ୍ରୀଙ୍କୁ ଘେରିଲେ ବିଜେପି କୃଷକ ନେତା

ଭୁବନେଶ୍ୱର: ଚାଷୀମାନେ ସାମାଜିକ ଗଣମାଧ୍ୟମରେ ସକ୍ରିୟ ହେଲେଣି। ଟ୍ବିଟର ଓ ହ୍ୱାଟସଆପରେ ସମସ୍ତ ସୂଚନା ସରକାରଙ୍କ ଠାରୁ ଚାଷୀମାନଙ୍କ ପାଖରେ ପହଞ୍ଚି ଯାଉଛି ବୋଲି  ମନ୍ତବ୍ୟକୁ ନେଇ କୃଷିମନ୍ତ୍ରୀଙ୍କୁ ଘେରିଛି ବିଜେପି । ରାଜ୍ୟ କୃଷକ ମୋର୍ଚା ସାଧାରଣ ସମ୍ପାଦକ ସୁରଥ ବିଶ୍ଵାଳ ଏହା ଅତ୍ୟନ୍ତ ହାସ୍ୟାସ୍ପଦ ବୟାନ ବୋଲି କହିଛନ୍ତି । ରାଜ୍ୟରେ ଚାଷୀ ନିକଟରେ ମୋବାଇଲ୍ ନ ଥିବାବେଳେ କୃଷିମନ୍ତ୍ରୀ କିପରି ଚାଷୀ ପାଖରେ ସୂଚନା ପହଞ୍ଚାଉଛନ୍ତି ବୋଲି ପାଲଟା ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ  କିଛି ବର୍ଷ ପୂର୍ବେ ଚାଷୀମାନଙ୍କୁ ସରକାର ମୋବାଇଲ ଦେବା କଥା କହିଥିଲେ। ସେ ମୋବାଇଲ କେତେ ଜଣ ଚାଷୀ ପାଇଲେ ଏବଂ ତାର କ’ଣ ବ୍ୟବହାର ହୋଇଛି ? ଏବେ ବି ରାଜ୍ୟରେ ଲକ୍ଷ ଲକ୍ଷ ଚାଷୀଙ୍କ ପାଖରେ ମୋବାଇଲ ନାହିଁ। ମୋବାଇଲ ନଥିବା ଚାଷୀ କିପରି ସାମାଜିକ ଗଣମାଧ୍ୟମରେ ସୂଚନା ପାଉଛି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି।

ରାଜ୍ୟରେ କୃଷି ବିଭାଗ ସଂପୂର୍ଣ୍ଣ ଭାବେ ନିଷ୍କ୍ରିୟ ହୋଇ ପଡିଛି। ରାଜ୍ୟରେ କୃଷି ବିଭାଗର ଦୁର୍ନୀତି ସମସ୍ତଙ୍କୁ ଜଣା। ଚାଷୀଙ୍କ ପାଖରେ ଠିକ୍‍ ସମୟରେ ବିହନ, ସାର ଓ କୀଟନାଶକ ପହଂଚି ପାରୁନଥିବା ସମୟରେ ରାଜ୍ୟସରକାର ଚାଷୀଙ୍କୁ ଆଗୁଆ ପାଣିପାଗ ଜଣାଇବା କଥା କହୁଛନ୍ତି। ଅନ୍ୟପଟେ ରାଜ୍ୟର ସମସ୍ତ ଏମ.ଆଇ  ଓ ଏଲ.ଆଇ ପଏଣ୍ଟ ଅଚଳ ହୋଇ ପଡିଛି। ସେ ସମ୍ବନ୍ଧରେ ରାଜ୍ୟସରକାର ଦୃଷ୍ଟି ଦେଉନାହାଁନ୍ତି। ସରକାରଙ୍କ ପାଖରେ ଚାଷୀଙ୍କ ତାଲିକା ନାହିଁ। ତାଲିକା ନଥିବା ଯୋଗୁଁ ରାଜ୍ୟସରକାର ପ୍ରଧାନମନ୍ତ୍ରୀ କିଷାନନିଧି ଯୋଜନାରେ ଓଡିଆ ଚାଷୀଙ୍କର ତାଲିକା କେନ୍ଦ୍ର ସରକାରଙ୍କୁ ଦେଉନାହାଁନ୍ତି। ଫଳରେ ଓଡିଆ ଚାଷୀ ନିଜ ଅଧିକାରୁ ବଂଚିତ ରହୁଛି ବୋଲି ଶ୍ରୀ ବିଶ୍ୱାଳ ଅଭିଯୋଗ କରିଛନ୍ତି। ରାଜ୍ୟସରକାର ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲିବା ପାଇଁ ଘୋଷଣା କରିଥିଲେ। କୁଆଡେ ଗଲା ଶୀତଳଭଣ୍ଡାର ?କାଳିଆ ଓ ପିଠା ଯୋଜନା କୁଆଡେ ଗଲା? ଦୀର୍ଘଦିନ ହେଲା ପଡିରହିଥିବା ଜଳସେଚନ ପ୍ରକଳ୍ପ ଗୁଡିକ ୨୧ ବର୍ଷ ଭିତରେ ହୋଇପାରିଲା ନାହିଁ କାହିଁକି? ଏହାର ଉତର ଚାଷୀମାନଙ୍କୁ ପ୍ରଥମେ କୃଷିମନ୍ତ୍ରୀ ଦିଅନ୍ତୁ ବୋଲି ଶ୍ରୀ ବିଶ୍ୱାଳ ଦାବି କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories