www.samajalive.in
Monday, December 15, 2025
26.1 C
Bhubaneswar

ଆତଙ୍କୀ ଆକ୍ରମଣ​‌ରେ ଆହତ ବିଜେପି ନେତାଙ୍କ ମୃତ୍ୟୁ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ବଡ଼ଗାମ ଜିଲାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଆହତ ବିଜେପି ନେତାଙ୍କ ମୃତ୍ୟୁ ଘଟିଛି। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାଙ୍କର ମୃତ୍ୟୁ ହୋଇଛି। ସେନା ପକ୍ଷରୁ ବାରମ୍ବାର ଘାଟିରେ ଆତଙ୍କବାଦୀ ଦମନ ଅପରେଶନ ଜାରି ରହିଥିବାରୁ ଆତଙ୍କୀମାନେ ବିଚଳିତ ହୋଇ ବିଜେପି ନେତାମାନଙ୍କୁ ହତ୍ୟା କରୁଥିବା କୁହାଯାଉଛି। ସୋମବାର ପ୍ରାଣ ହରାଇଥିବା ନେତା ହେଉଛନ୍ତି ଅବଦୁଲ ହମିଦ ନାଜର। ସେ ବିଜେପିର ଓବିସି ମୋର୍ଚ୍ଚାର ଜିଲାଧ୍ୟକ୍ଷ ଥିଲେ।

ଗତ ରବିବାର ହମିଦ ପ୍ରାତଃ ଭ୍ରମଣରେ ଯାଉଥିବାବେଳେ ଆତଙ୍କବାଦୀମାନେ ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ। ତାଙ୍କ ପେଟରେ ଗୁଳି ବାଜିଥିଲା। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ ୫ ଦିନ ମଧ୍ୟରେ ବିଜେପି ନେତାଙ୍କ ଉପରେ ଏହା ୩ୟ ଆକ୍ରମଣ ଥିଲା। ନିକଟରେ ଆତଙ୍କବାଦୀମାନେ ଜଣେ ବିଜେପି ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହା ପୂର୍ବରୁ ବିଜେପିର ବାନ୍ଦିପୋରା ଜିଲା ସଭାପତି ଓ ତାଙ୍କ ବାପା ଏବଂ ଭାଇଙ୍କୁ ମଧ୍ୟ ଆତଙ୍କୀମାନେ ହତ୍ୟା କରିଥିଲେ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories