www.samajalive.in
Thursday, December 11, 2025
14.1 C
Bhubaneswar

ଅସନପାଟଠାରେ ବିଜେପିର କର୍ମୀ ସମ୍ମିଳନୀ

ଝୁମ୍ପୁରା: ପାଟଣା ନିର୍ବାଚନ ମଣ୍ଡଳି ଝୁମ୍ପୁରା ବ୍ଲକ ୧୦ଟି ପଞ୍ଚାୟତର ବିଜେପି କର୍ମୀମାନଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ ଅସନପାଟଠାରେ ମଙ୍ଗଳବାର ରମେଶ ଚନ୍ଦ୍ର ମହାନ୍ତଙ୍କ ପ୍ରତ୍ୟକ୍ଷ ତ୍ୱତ୍ତାବଧାନରେ ଅନୁଷ୍ଠିତ ହୋଇଯାଇଛି। ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ କର୍ମୀମାନଙ୍କ ମଧ୍ୟରେ ସୁସମ୍ପର୍କ ବଢ଼ାଇବା ନିମନ୍ତେ ଏହି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଗତ ଜିଲାପରିଷଦ ନିର୍ବାଚନରେ ଦଳର ସ୍ଥିତି କେଉଁ ପଞ୍ଚାୟତରେ କିପରି ରହିଥିଲା, ଯେଉଁ ପଞ୍ଚାୟତରେ ଦଳର ସ୍ଥିତି ଦୁର୍ବଳ ଅଛି ସେଠାରେ କିପରି ସୁଦୃଢ କରାଯିବ ସେ ସମ୍ପର୍କରେ କର୍ମୀ ସମ୍ମିଳନୀରେ ବିଶେଷ ଭାବରେ ସ୍ଥାନ ପାଇଥିଲା। ତା’ ସହିତ ବିଜେପି ଦଳକୁ ଅଧିକ ସୁଦୃଢ କରିବାକୁ ପ୍ରତି ପଞ୍ଚାୟତରେ କର୍ମୀଙ୍କ ସଂଖ୍ୟା ବଢ଼ାଇବା ଦିଗରେ ସମସ୍ତଙ୍କ ସହଯୋଗ ଏକାନ୍ତ ଆବଶ୍ୟକ। ଏହି କର୍ମୀ ସମ୍ମିଳନୀରେ ଉପସ୍ଥିତ ରହିଥିଲେ ଚିନ୍ତାମଣି ମହାନ୍ତ, ପ୍ରଭାକର ନାଏକ, ପରବାସିଆ ନାଏକ, ଶାନ୍ତନୁ ସେଠୀ, ଦୟାନିଧି ମହାନ୍ତ, ସତ୍ୟ ମହାନ୍ତ, ଶ୍ୟାମସୁନ୍ଦର ନାଏକ, ପ୍ରମୋଦ ସାହୁ, ମନୋଜ ମହାନ୍ତ ପ୍ରମୁଖ। ଏହି କର୍ମୀ ସମ୍ମିଳନୀୟରେ ଉଖୁଣ୍ଡା ମଣ୍ଡଳର ପଦ ପଦବୀରେ ରହିଥିବା କୌଣସି କର୍ମୀମାନେ ସମ୍ମିଳନୀରେ ଉପସ୍ଥିତ ରହି ନଥିବା ଦେଖିବାକୁ ମିଳିଥିଲା। ଏହି କର୍ମୀ ସମ୍ମିଳନୀରେ ୧୦ଟି ପଞ୍ଚାୟର ବିଜେପି କର୍ମକର୍ତ୍ତାଙ୍କ ସହିତ ୧୨ଜଣ ଲେଖାଏଁ କର୍ମୀମାନେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories