ଗୋପାଳପୁର ମଣ୍ଡଳ ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀ
ବାଙ୍କୀ : ବାଙ୍କୀ-ଡମପଡା ବ୍ଲକ ଅଧିନ ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ ମା ବୁଢୀଠାକୁରାଣୀ ପୀଠରେ ଗୋପାଳପୁର ମଣ୍ଡଳ ବିଜେପି ପକ୍ଷରୁ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ବିଜେପି ନେତା ସୁଭ୍ରାଂଶୁ ମୋହନ ପାଢୀ, ଶୀତାକାନ୍ତ ମିଶ୍ର, ଉତ୍କଳ ମନ୍ତ୍ରୀ, ମଣ୍ଡଳ ପ୍ରଭାରୀ ସଂଗ୍ରାମ ବିଭୂତୀରାୟ ପ୍ରମୁଖ ଯୋଗଦେଇ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗୋପାଳପୁର ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଏବଂ ୩୭ନଂ ଜୋନ ବିଜେପି ଜିଲ୍ଲାପରିଷଦ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ରଣକୌଶଳ, ଭୋଟ ପ୍ରଚାର ସମ୍ପର୍କରେ କାର୍ଯ୍ୟକର୍ତ୍ତା ମାନଙ୍କୁ ମାର୍ଗ ଦର୍ଶନ କରିଛନ୍ତି । ସରପଞ୍ଚ ପ୍ରାର୍ଥିନୀ ସୁଚିତ୍ରା ଭୋଇ, ସମିତିସଭ୍ୟ ଦୁର୍ଯ୍ୟୋଧନ ସାହୁ ଏବଂ ଜିଲ୍ଲାପରିଷଦ ପ୍ରାର୍ଥିନୀ ସଂଗୀତା ପ୍ରିୟଦର୍ଶିନୀ ସାହୁଙ୍କ ନିମନ୍ତେ ପ୍ରସାର ଓ ପ୍ରଚାର ପାଇଁ ମଙ୍ଗ ଧରିବାକୁ ବୈଠକରେ ଆହ୍ୱାନ ଦିଆଯାଇଛି । କାର୍ଯ୍ୟକ୍ରମରେ ଲିପୁନ ଭୋଇ, ସୁବ୍ରତ ଧଳ, ଚନ୍ଦନ ସାହୁ, ସୁନିଲ କୁମାର ସାହୁ, କାଳନ୍ଦୀ ବେହେରା, ରବିନ୍ଦ୍ର ଭୋଇ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଓ ବରିଷ୍ଠ ସଦସ୍ୟ ଯୋଗଦେଇଥିଲେ।
Comments are closed.