ଉତ୍ତରାଖଣ୍ଡ: କ୍ଷମତାକୁ ଆସିଲେ୧୨ହଜାରରୁ କମ୍ ଆୟ କରୁଥିବା ଶତକଡ଼ା ୨୦ଭାଗ ଗରିବ ପରିବାରକୁ କଂଗ୍ରେସ ବାର୍ଷିକ ୭୨ହଜାର ଟଙ୍କା ନିଶ୍ଚିତ ସର୍ବନିମ୍ନ ଆୟ ଯୋଗାଇବ ବୋଲି କଂଗେସ୍ର ସଭାପତି ରାହୁଲ ଗାନ୍ଧି କହିଛନ୍ତି। ଶନିବାର ଉତ୍ତରାଖଣ୍ଡର ଗଡ଼ୱାଲ୍ ଓ ଶ୍ରୀନଗରଠାରେ ଦଳୀୟ ପ୍ରାର୍ଥୀ ମନିଶ ଖଣ୍ଡୁରୀଙ୍କ ପାଇଁ ଏକ ନିର୍ବାଚନୀ ସଭାରେ ‘ଗରିବି ପର୍ ବାର୍-ବାହାତର୍ ହଜାର୍’ ସ୍ଲୋଗାନ୍ ଦେଇ ରାହୁଲ କହିଛନ୍ତି, ଦାରିଦ୍ର୍ୟ ଉପରେ ସେ ପ୍ରଥମ ସଜ୍ରିକାଲ୍ ଷ୍ଟ୍ରାଇକ୍ କରିବେ। ସେ କହିଛନ୍ତି, ବିଜେପି ସରକାର ପୁଞ୍ଜିପତିଙ୍କ ନିର୍ଦ୍ଦେଶରେ କାମ କରୁଛି। ସେ କହିଛନ୍ତି, କଂଗ୍ରେସ ସରକାର କ୍ଷମତାକୁ ଆସିଲେ ଦେଶ ରକ୍ଷା ପାଇଁ ପ୍ରାଣବଳୀ ଦେଇଥିବା ଅର୍ଦ୍ଧସାମରିକ ବାହିନୀର ଯବାନମାନଙ୍କୁ ଶହୀଦ୍ର ମର୍ଯ୍ୟଦା ପ୍ରଦାନ କରାଯିବ।
Popular Categories



