www.samajalive.in
Wednesday, December 10, 2025
14.1 C
Bhubaneswar

ବିହାରରେ ଏନଡିଏକୁ ଦୁଇ ତୃତୀୟାଂଶ ସିଟ୍, ବିଜେପି ନେତା କହିଲେ ଆଗକୁ ପଶ୍ଚିମବଙ୍ଗ ମଧ୍ୟ ଜିତିବୁ

ପାଟଣା: ବିହାର ବିଧାନସଭା ନିର୍ବାଚନ ୨୦୨୫ର ଭୋଟ୍ ଗଣତି ଆରମ୍ଭ ହୋଇଯାଇଛି। ପ୍ରାରମ୍ଭରୁ ଏନଡିଏକୁ ସଫଳତା ମିଳୁଥିବା ନଜର ଆସୁଛି। ଆଜି ହିଁ ନିର୍ଦ୍ଧାରିତ ହୋଇଯିବ ଯେ ବିହାର ଆସନରେ କିଏ ବସିବ। ଏନଡିଏ ଓ ମହାମେଣ୍ଟ ଦୁଇ ପଟେ ଠିଆ ହୋଇଛନ୍ତି ଏବଂ ନୀତିଶ-ତେଜସ୍ବୀଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି। ୨୪୩ ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ପଡିଥିବା ଭୋଟର ଗଣତି ୪୬ କେନ୍ଦ୍ରରେ ଚାଲିଛି। ନୀତିଶ କୁମାର ନିଜ ବିଜୟ ପାଇଁ ଠାଣି ନେଇଛନ୍ତି। ଅନ୍ୟପଟେ ଯାଦବ ମଧ୍ୟ ୧୮ ନଭେମ୍ବରରେ ଶପଥ ନେବା ନେଇ ଦାବି କରିଥିଲେ।

ଏକଜିଟ୍ ପୋଲ ଅନୁସାରେ ମହିଳା ଓ ଓବିସିଙ୍କ ସମର୍ଥନ ଏନଡିଏକୁ ମିଳିବା ସମ୍ଭାବନା ଅଧିକ ରହିଥିଲା। ସର୍ବପ୍ରଥମେ ପୋଷ୍ଟାଲ ବାଲାଟର ଗଣତି ଓ ଏହା ପରେ ଇଭିଏମର ଗଣତି ଚାଲିଛି। ୨୪୩ ଆସନରେ ବହୁମତ ପାଇଁ ୧୨୨ ଆସନ ଜରୁରି। ଭୋଟ୍ ଗଣତିକୁ ନଜରରେ ରଖି ପ୍ରଶାସନ ସବୁ ଜିଲାରେ ସୁରକ୍ଷା ବ୍ୟବସ୍ଥା କରିଛି। ତେବେ ଏହା ମଧ୍ୟରେ ବିଜେପି ନେତା ଗିରିରାଜ ସିଂହ ବଡ ବୟାନ ଦେଇ ବିହାରରେ ଏନଡିଏର ବିଜୟ ଦାବି କରିଛନ୍ତି। ସେ କହିଛନ୍ତି ଯେ ଏବେ ପଶ୍ଚିମବଙ୍ଗ ପାଳି। ପଶ୍ଚିମବଙ୍ଗ ମଧ୍ୟ ଜିତିବୁ ବୋଲି ସେ କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories