ଭୁବନେଶ୍ୱର : ଅର୍ଚ୍ଚନା ନାଗ ଘଟଣା ଓ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ନିରପେକ୍ଷ ତଦନ୍ତ ଦାବି କରି ଭୁବନେଶ୍ୱରରେ କମିସନରେଟ୍ ପୁଲିସ ଅଫିସ ସାମ୍ନାରେ ବିଜେପି ପକ୍ଷରୁ ଅହୋରାତ୍ର ଧାରଣା ଆରମ୍ଭ ହୋଇଛି। ନିମାପଡ଼ା ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣା ଏବଂ ବହୁଚର୍ଚ୍ଚିତ ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣାରେ ବହୁ ମନ୍ତ୍ରୀ ଏବଂ ବିଧାୟକ ସମ୍ପୃକ୍ତ ରହିଛନ୍ତି । ସେମାନଙ୍କୁ ପୁଲିସ ଜାଣିଶୁଣି ଘଣ୍ଟ ଘୋଡାଉଛି ବୋଲି ଦଳ ଅଭିଯୋଗ କରିଛି । ଏହି ଧାରଣାରେ ଭୁବନେଶ୍ୱର ଜିଲା ସଭାପତି ବାବୁ ସିଂହ, ଉପସଭାନେତ୍ରୀ ପ୍ରଭାତୀ ପରିଡା, ଦିଲୀପ ମହାନ୍ତିଙ୍କ ସମେତ ଅନେକ ଦଳୀୟ କର୍ମୀ ସାମିଲ ହୋଇଛନ୍ତି।
Popular Categories



