www.samajalive.in
Saturday, December 6, 2025
14.1 C
Bhubaneswar

ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପତ୍ନୀଙ୍କ କାର ଚୋରି କଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପତ୍ନୀଙ୍କ କାର ଚୋରି ହୋଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି । ଚୋରାି ଘଟଣାକୁ ୬ଦିନ ବିତି ଯାଇଥିଲେ ବି ପୁଲିସ ଏପର୍ଯ୍ୟନ୍ତ ଚୋରଙ୍କ ସନ୍ଧାନ ପାଇନାହିଁ । ମଲ୍ଲିକା ନଡ୍ଡାଙ୍କ ଫର୍ଚ୍ୟୁନର କାର ଗତ ୧୯ ତାରିଖରେ ସର୍ଭିସିଂ ପାଇଁ ଯାଇଥିବା ବେଳେ ଦ୍ୱିପ୍ରହରରେ ଚୋରି ହୋଇଥିବା ସୂଚନା ମିଳିଛି । ମଲ୍ଲିକାଙ୍କ କାର୍ ଡ୍ରାଇଭର ଯୋଗିନ୍ଧର ସିଂ ଏନେଇ ଗତ ୧୯ ତାରିଖରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଡ୍ରାଇଭରଙ୍କ ସୂଚନା ଅନୁସାରେ ଗାଡ଼ିକୁ ସର୍ଭିସିଂ ସେଣ୍ଟରକୁ ନେଇଥିଲେ। ସେଠାରେ ଗାଡ଼ିକୁ ଛାଡ଼ି ସେ ନିଜ ଘରକୁ ଚାଲି ଯାଇଥିଲେ। ମାତ୍ର ସେ ସର୍ଭିସିଂ ସେଣ୍ଟର ଫେରିବା ପରେ ଆଉ କାରର ସନ୍ଧାନ ପାଇ ନଥିଲେ। ପୁଲିସ୍ ଏହାପରେ ସିସିଟିଭି ଫୁଟେଜ ଖୋଳତାଡ଼ କରି ଗାଡ଼ିଟି ଶେଷ ଥର ପାଇଁ ଗୁରୁଗ୍ରାମ ଅଞ୍ଚଳରେ ଯାଉଥିବା ଦେଖିବାକୁ ପାଇଛି । ୬ଦିନ ବିତିଯାଇଥିଲ ବି ଦୁର୍ବୃତ୍ତଙ୍କ ପତ୍ତା ପାଇନାହିଁ ପୁଲିସ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories