www.samajalive.in
Sunday, December 7, 2025
26.1 C
Bhubaneswar

ବିଜେପି ପ୍ରଭାରୀ ପୁରନ୍ଦେଶ୍ୱରୀଙ୍କୁ ଭବ୍ୟ ସ୍ୱାଗତ

ପିପିଲି : ଓଡିଶା ଗସ୍ତରେ ଆସିଥିବା ଭାରତୀୟ ଜନତା ପାର୍ଟିର ନବନିଯୁକ୍ତ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀଙ୍କୁ ଆଜି ପିପିଲି ନିର୍ବାଚନମଣ୍ଡଳୀ ବିଜେପି ପକ୍ଷରୁ  ଭବ୍ୟ ସ୍ୱାଗତ ସଂବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଜେପିର ରାଜ୍ୟ ଉପସଭାପତି ପ୍ରଭାତୀ ପରିଡା ଓ ଜିଲା ପ୍ରଭାରୀ ଲେଖାଶ୍ରୀ ସାମନ୍ତସିଂହାର ଙ୍କ ସହ ଡି.ପୁରନ୍ଦେଶ୍ୱରୀ ପୁରୀରୁ ଭୁବନେଶ୍ୱର ଫେରୁଥିବା ବେଳେ ପୂର୍ବାହ୍ନ ସାଢେ ୮ଟା ସମୟରେ ସାତଶଙ୍ଖ ବଜାର ଠାରେ ଜିଲା ବିଜେପି ସଭାପତି ଆଶ୍ରୀତ ପଟ୍ଟନାୟକ ତାଙ୍କୁ ଫୁଲତୋଡା ଓ ଉପଢୌକନ ଦେଇ ଭବ୍ୟ ସ୍ୱାଗତ କରିଥିଲେ । ଜିଲା ଉପସଭାପତି ଜନ୍ମେଜୟ ଜେନା, ଜିଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନ, ଯଶୁଆପୁର ସରପଞ୍ଚ ଜ୍ୟୋତିର୍ମୟୀ ମହାପାତ୍ର, ମହିଳାନେତ୍ରୀ ରେଣୁପ୍ରିୟା ନାୟକ, ପୂର୍ବତନ ସରପଞ୍ଚ ତଥା ଯୁବନେତା ପ୍ରଦୀପ କୁମାର ସାହୁ,  ପର୍ଶୁରାମ ମହାପାତ୍ର, ସୁଧିର ବିଶ୍ୱାଳ, ପ୍ରଦୀପ ପାତ୍ର, ଯୁବମୋର୍ଚ୍ଚା ନେତା ଲଳିତ ବରାଳ, ବରିଷ୍ଠ ନାଗରିକ ନଗେନ ମହାନ୍ତି, ଲଡୁ କିଶୋର ରାୟ, ସୁଧାଂଶୁ ପରିଡା, ଶ୍ୱେତ ନାୟକ, ଦେବୀପ୍ରସାଦ ମଲ୍ଲିକ, ଆର୍ତ୍ତବନ୍ଧୁ ପୃଷ୍ଟି, ଅକ୍ଷୟ ବେହେରା, ବିଜୟ ବେହେରା ପ୍ରମୁଖ ତାଙ୍କୁ ଫୁଲତୋଡା ଦେଇ ଭବ୍ୟ ସ୍ୱାଗତ କରିଥିଲେ । ଆଗାମୀ ପିପିଲି ଉପନିର୍ବାଚନ ପାଇଁ ତୃଣମୂଳ ସ୍ତରରେ ତଥା ବୁଥ୍‍ ସ୍ତରରେ ବିଜେପି ସଂଗଠନକୁ ଅଧିକ ମଜବୁତ କରିବା ପାଇଁ ସେ ଉପସ୍ଥିତ ବିଜେପି ନେତା ଓ କର୍ମୀଙ୍କୁ ପରାମର୍ଶ ଦେଇଥିଲେ ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories