କଟକିଆ ସାହିରେ ବିଜେଡିର ଜନ ସଂପର୍କ ପଦଯାତ୍ରା
ଆଠଗଡ : ରାଜ୍ୟ ବିଜୁଜନତା ଦଳ ପକ୍ଷରୁ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ସରକାରଙ୍କର ଜନହିତକର ଓ ଲୋକାଭିମୁଖୀ କାର୍ଯ୍ୟକୁ ପ୍ରତି ଘରେ ପହଞ୍ଚାଇବା ପାଇଁ ଜନ ସଂପର୍କ ପଦଯାତ୍ରା ଆୟୋଜନ ହେଉଛି । ଏହି କ୍ରମରେ ଆଠଗଡ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ ବିଜେଡି ପକ୍ଷରୁ ମଙ୍ଗଳବାର କଟକିଆସାହି ପଞ୍ଚାୟତରେ ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । କଟକିଆ ସାହି ବିଜେଡି ପକ୍ଷରୁ ପାଟେଣିଗାଁଠାରୁ ଆରମ୍ଭ ହୋଇଥିବା ଏହି ଜନ ସଂପର୍କ ପଦଯାତ୍ରା ପଞ୍ଚାୟତର ସମସ୍ତ ଗ୍ରାମ ପରିକ୍ରମା କରି ଶେଷରେ ସର୍ପେଶ୍ୱର ଶିବମନ୍ଦିରଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତ, ଜିଲ୍ଲା ଉପସଭାପତି ନୃସିଂହ ଚରଣ ମହାପାତ୍ର, ସଂପାଦକ ଅଶୋକ ରାଉତ, ପୂର୍ବତନ ନଗରପାଳ ରମେଶଚନ୍ଦ୍ର ଘଢାଇ, ଜିଲ୍ଲାପରିଷଦ ସଭ୍ୟ ବଳଭଦ୍ର ବାଘ, ସରପଞ୍ଚ ମାନସୀ ରାଉତ, ସମିତିସଭ୍ୟ ପ୍ରତିମା ପ୍ରଧାନ ଓ ପଞ୍ଚାୟତ ବିଜେଡି ସଭାପତି ଦେବରାଜ ପ୍ରଧାନ ପ୍ରମୁଖ ଉଦ୍ବୋଧନ ଦେଇ ବିଜୁ ଜନତା ଦଳ ଓ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଓଡିଶାବାସୀଙ୍କ ସେବାରେ ୨୫ବର୍ଷ ଧରି ନୀରବଚ୍ଛିନ୍ନ ଭାବେ କାର୍ଯ୍ୟକରି ଲୋକଙ୍କର ଆସ୍ଥା ଓ ବିଶ୍ୱାସ ହାସଲ କରିପାରିଛି ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀ ଓଡିଶାର ସାଢେ ୪ କୋଟି ଲୋକଙ୍କୁ ନିଜର ପରିବାର ଭାବେ ଗ୍ରହଣ କରି ସେମାନଙ୍କ ସୁଖଦୁଃଖର ସାଥୀ ହେବା ସହ ସେମାନଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ଦଳୀୟ ନେତା ଓ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ବୋଲି ଦଳୀୟ ନେତା କହିଥିଲେ। ପୂର୍ବତନ ସମିତିସଭ୍ୟ ଅରୁଣ କୁମାର ସାହୁ, ପୂର୍ବତନ ସରପଞ୍ଚ ନରେନ୍ଦ୍ର ସାହୁ, ଛାତ୍ର ବିଜେଡି ସଭାପତି ସତ୍ୟପ୍ରିୟ ମହାନ୍ତି, ଛାମୁଁଆ ନେତା ପ୍ରଶାନ୍ତ ସ୍ୱାଇଁ, ଟୁଟୁ ରାଉତ, ନାରୀନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା, ଜାନକୀଲତା ନାଏକ, ରମା ସାହୁ ପ୍ରମୁଖ ଯୋଗଦେଇ ଉଦ୍ବୋଧନ ଦେଇଥିଲେ।
Comments are closed.