www.samajalive.in
Monday, December 15, 2025
14.1 C
Bhubaneswar

ଚାଉଳ ପାଇଁ କେନ୍ଦ୍ର ଉପରେ ଗର୍ଜିଲା ବିଜେଡି

ଆଠଗଡ :  କେନ୍ଦ୍ର ସରକାର କରୋନା କାଳରେ ହିତାଧିକାରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଦେଉଥିବା ଅତିରିକ୍ତ ୫କେଜି ଚାଉଳ ବନ୍ଦ କରି ଓଡିଶାର ୩.୨୫କୋଟି ଗରିବ ଲୋକଙ୍କ ପେଟରେ ଲାତ ମାରିଛନ୍ତି ବୋଲି ଆଠଗଡ ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି। କେନ୍ଦ୍ରର ଏହି ଗରିବମାରଣ ନୀତିକୁ ବିରୋଧ କରି ଆଠଗଡ ବିଜେଡି ପକ୍ଷରୁ ଗୁରୁବାର ଏକ ବିଶାଳ ଶୋଭାଯାତ୍ରା ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରୁ ବାହାରି ସହର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟଠାରେ ପହଞ୍ଚିଥିଲା । ବ୍ଲକ ମୁଖ୍ୟଫାଟକ ଦୁଇପାର୍ଶ୍ବରେ ଶହ ଶହ ବିଜେଡି କର୍ମୀ ଓ ନେତା ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତଙ୍କ ପୌରୋହିତ୍ୟରେ ଆୟୋଜିତ ପ୍ରତିବାଦ ସଭାରେ ନିଜେ ସଭାପତି ଶ୍ରୀ ରାଉତ, କଟକ ଜିଲ୍ଲା ଉପସଭାପତି ନୃସିଂହ ମହାପାତ୍ର, ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୁନିଲ ପରିଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ କୁମାର ଆଚାର୍ଯ୍ୟ, ବ୍ଲକ ଉପାଧ୍ୟକ୍ଷ ସୁବାସ ମଲ୍ଲିକ, ନଗରପାଳ ସସ୍ମିତା ରାଉତ, ଉପନଗରପାଳ ବି. ଶୁଭ୍ରଶଙ୍କର ଜ୍ୟୋତି, ମହିଳା ବିଜେଡି ସଭାନେତ୍ରୀ ଅଶାନ୍ତି ବେହେରା, ଏନଏସି ମହିଳା ବିଜେଡି ସଭାନେତ୍ରୀ ସୁଷମା ପରିଡା, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟା ଜାନକୀଲତା ନାୟକ, ବିଜେଡି ନେତ୍ରୀ ମିତାଲି ରାଉତ, ବାସନ୍ତି ରାଉଳ, ଲକ୍ଷ୍ମୀପ୍ରିୟା ବେହେରା, ପ୍ରଣତି ନାୟକ, ବର୍ଷା ରଣା, ଯୁବ ବିଜେଡି ସଭାପତି ଶିବଶଙ୍କର ଜେନା, ଦଳୀୟ ନେତା ଅଶୋକ ରାଉତ, ପ୍ରଦୀପ୍ତ ଦାସ, ସତ୍ୟପ୍ରିୟ ମହାନ୍ତି, ଶିଶିର ପ୍ରସାଦ ମାନସିଂହ, ବିନୋଦ ମାଝି, ମହମ୍ମଦ ଖଲିଦ୍‌ ପ୍ରମୁଖ କେନ୍ଦ୍ର ସରକାରଙ୍କର ଓଡିଶା ପ୍ରତି ଚରମ ଅବହେଳା ଓ ବୈମାତୃକ ମନୋଭାବର ତୀବ୍ର ନିନ୍ଦା କରିଥିଲେ। ଖାଦ୍ୟ ସୁରକ୍ଷା ଆଇନରେ ୫କେଜି ଚାଉଳ ସହିତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଅତିରିକ୍ତ ୫କେଜି ଚାଉଳ ପ୍ରଦାନ, ଧାନର ସହାୟକ ମୂଲ୍ୟ ୨୯୩୦ଟଙ୍କା କରିବା ଆଦି ଦାବି ସମ୍ବଳିତ ଏକ ସ୍ମାରକପତ୍ର ବିଡିଓ ଅରୁଣ କୁମାର ଦାସଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ କାଉନସିଲର, ସରପଞ୍ଚ, ସମିତିସଭ୍ୟ, ୱାର୍ଡ ସଭ୍ୟ ଓ ଶହ ଶହ ଦଳୀୟ କର୍ମୀ ଯୋଗଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories