www.samajalive.in
Sunday, December 7, 2025
23.1 C
Bhubaneswar

ବିଜେଡ଼ିରେ ପରିବର୍ତନ ଋତୁ: ୧୫ ବରିଷ୍ଠ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ଦେଲେ ନବୀନ

ବିଜୁ ଜନତା ଦଳରେ ଚାଲିଛି ସଙ୍ଗଠନ ସଜଡ଼ା ଅଭିଯାନ । ଦଳରେ ଆରମ୍ଭ ହୋଇଛି ଆମୂଳଚୂଳ ପରିବର୍ତନ । କିଛିଦିନ ପରେ ଦଳରେ ୮ ବରିଷ୍ଠ ଉପସଭାପତି ଓ ୯ ଉପସଭାପତିଙ୍କୁ ନିଯୁକ୍ତି ଦେଇ ବିଭିନ୍ନ ସାଙ୍ଗଠନିକ ଦାୟିତ୍ବ ଦେଇଥିବା ମୁଖ୍ୟମନ୍ତ୍ରୀ ତଥା ସଭାପତି ନବୀନ ପଟ୍ଟନାୟକ ବୁଧବାର ଦଳର ୧୫ ନେତାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ରୂପେ ନିଯୁକ୍ତି ଦେଇଛନ୍ତି । ଏହି ସାଧାରଣ ସମ୍ପାଦକମାନଙ୍କୁ ବିଭିନ୍ନ ଦାୟିତ୍ବ ମଧ୍ୟ ଅର୍ପଣ କରାଯାଇଛି । ସେମାନେ ଦଳୀୟସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମର ଅନୁଧ୍ୟାନ କରିବେ ।

- Advertisement -

 ନୃସିଂହ ସାହୁ, ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ଅଶୋକ ପଣ୍ଡା, କଳିକେଶ ନାରାୟଣ ସିଂହଦେଓ, ପ୍ରୀତିରଞ୍ଜନ ଘଡ଼ାଇ, ଅରୁଣ ସାହୁ, ରବି ନାରାୟଣ ନନ୍ଦ, ରାଜେନ୍ଦ୍ର ଢ଼ୋଲକିଆ ପ୍ରତାପ ଜେନା, ନବକିଶୋର ଦାସ, ରମେଶ ଚନ୍ଦ୍ର ମାଝି, ସରୋଜିନୀ ହେମ୍ବମ, ଶଶିଭୂଷଣ ବେହେରା ଓ ସୁନୀତା ଜେନାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ରୂପେ ନିଯୁକ୍ତି ଦେଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ ।

ନୃସିଂହ ସାହୁଙ୍କୁ ଆଞ୍ଚଳିକ ବିକାଶ, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରୀତିରଞ୍ଜନ ଘଡ଼େଇ ଓ କଳିକେଶ ସିଂହଦେଓଙ୍କୁ ସାମାଜିକ କଲ୍ୟାଣ, ଅରୁଣ ସାହୁ ଓ ରୋହିତ ପୂଜାରୀଙ୍କୁ କଳା ସଂସ୍କୃତି, ଅତନୁ ସବ୍ୟସାଚୀ ନାୟକଙ୍କୁ ମୋ ଓଡ଼ିଶା- ମୋ ପରିବାର ଦାୟିତ୍ବ ପ୍ରଦାନ କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ଅନୁରୂପ ଭାବରେ ରବି ନନ୍ଦ ଓ ରାଜେନ୍ଦ୍ର ଢ଼ୋଲକିଆଙ୍କୁ ପରିବେଶ, ପ୍ରତାପ ଜେନା ଓ ନବକିଶୋର ଦାସଙ୍କୁ ମିଳିଛି ସଶକ୍ତ ଓଡ଼ିଶା ଦାୟିତ୍ବ । ରମେଶ ମାଝି ଓ ସରୋଜିନୀ ମାଝିଙ୍କୁ ଆଦିବାସୀ କଲ୍ୟାଣ, ଶଶିଭୂଷଣ ବେହେରାଙ୍କୁ ଅନୁସୂଚୀତ ଜାତି କଲ୍ୟାଣ ଓ ସୁମିତ୍ରା ଜେନାଙ୍କୁ ମହିଳା ସଶକ୍ତି କରଣ ଦାୟିତ୍ବ ପ୍ରଦାନ କରିଛନ୍ତି ଦଳର ସଭାପତି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories